ହୀରାକୁଦ ଡ୍ୟାମ୍ର ୧୦ଟି ଗେଟ୍ ବନ୍ଦ ହେଲା
16/08/2019 at 12:59 PM

ସମ୍ବଲପୁର ୧୬|୮: ହୀରାକୁଦରେ ବନ୍ଦ ହେଲା ୧୦ଟି ଗେଟ୍ । ଆଜି ସକାଳେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଏବେ ପ୍ରବେଶ ଓ ନିଷ୍କାସନକୁ ଆଖି ଆଗରେ ରଖି ୧୦ଟି ଗେଟ୍ ବନ୍ଦ କରାଯାଇଛି । ଏବେ ଡ୍ୟାମ୍ ର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୦.୬୨ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୦ ହଜାର ୨୧୬ କ୍ୟୁସେକ ଜଳ ପ୍ରବେଶ କରୁଛି । ତେବେ ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ଆହୁରି ୨୪ ଘଣ୍ଟା ସମୟ ଲାଗିବ । ଏବେ ମୁଣ୍ଡଳୀରେ ୪ ଲକ୍ଷ ୫୩ ହଜାର ୧୨ କ୍ୟୁସେକ ଜଳ ପ୍ରବାହିତ ହେଉଛି ।