AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଏହି ୧୦ଟି ଖାଦ୍ୟ ବଢ଼ାଉଛି ଆପଣଙ୍କ ଓଜନ : ଡାଏଟରୁ କରନ୍ତୁ ଆଉଟ୍

24/02/2020 at 1:33 PM

ମେଦବହୁଳତା କମ୍ କରିବା ପାଇଁ ଲୋକେ ଜିମରେ କସରତ କରିବାଠୁ ଆରମ୍ଭ କରି ମହଙ୍ଗା ଔଷଧ କିଣିବାରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ବେ ଓଜନ କମିବାର ନାଁ ନେଉନାହିଁ। ଏତେ ପରିଶ୍ରମ କରିବା ପରେ ମଧ୍ୟ ଓଜନ ନ କମିବା ପଛର କାରଣ ଆପଣଙ୍କ ଖରାପ ଡାଏଟ ହୋଇପାରେ। ଆପଣ ଜାଣିଛନ୍ତି କି ଆପଣଙ୍କ ଡାଏଟରେ ଥିବା କିଛି ଜିନିଷ ଯୋଗୁଁ ଆପଣଙ୍କ ଓଜନ ଖୁବ୍ ଶୀଘ୍ର ବଢ଼ିଯାଇଥାଏ। ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହି ୧୦ଟି ଖାଦ୍ୟ ନିଜ ଡେଲି ଡାଏଟରୁ ଦୂର କରନ୍ତୁ।

୧. ବିନ୍ : ଘରେ ହେଉଥିବା ବିନ୍ ତରକାରୀ ବା ଭଜା ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏକ କପ୍ ବିନରେ ପାଖାପାଖି ୨୨୭କ୍ୟାଲୋରି ଥାଏ। ଏଥିପାଇଁ ଓଜନ କମ୍ କରିବାକୁ ଚାହୁଁଥିଲେ ବିନ୍ ଖାଆନ୍ତୁ ନାହିଁ।

୨.ସ୍ବିଟକର୍ଣ୍ଣ : ଫୁଡ କର୍ଣ୍ଣରରେ ଆପଣ ଅନେକ ଥର ଲୋକଙ୍କୁ ସୁଇଟ୍ କର୍ଣ୍ଣ ଖାଇବାର ମଜା ନେଉଥିବାର ଦେଖିଥିବେ। ସୁଇଟ୍ କର୍ଣ୍ଣରେ ପ୍ରଚୁର ମାତ୍ରାରେ ଷ୍ଟାର୍କ ଥାଏ। ଏହା ଓଜନ ବଢ଼ିବାରେ ସହାୟକ ହୋଇଥାଏ।

୩.ଆଳୁ : ଅଧିକାଂଶ ତରକାରୀରେ ଆଳୁ ପଡ଼ିଥିଲେ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। କିନ୍ତୁ ଏହି ବାରମାସୀ ପରିବା ଖାଇଲେ ଆପଣଙ୍କ ଓଜନ ବଢ଼ିଥାଏ। ଆଳୁରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍ ଥାଏ। ଏଥିରେ ହୋଇଥିବା ପରଟା ଏବଂ ଫ୍ରେଞ୍ଚ ଫ୍ରାଇଜ ଶରୀର ପାଇଁ ହାନିକାରକ ହୋଇଥାଏ।

୪.ଡ୍ରାଏ ଫ୍ରୃଟସ୍ : ତାଜା ଫଳ ତୁଳନାରେ ଡ୍ରାଏ ଫ୍ରୃଟରେ ଅତ୍ୟଧିକ ପରିମାଣରେ କ୍ୟାଲୋରି ଥାଏ। ସାଲାଡ କିମ୍ବା ସେକରେ ଅଳ୍ପ ଡ୍ରାଏ ଫ୍ରୃଟସ୍ ଦ୍ବାରା ଶରୀରକୁ କ୍ୟାଲୋରି ମିଳିଥାଏ। ଏପରି ପରିସ୍ଥିତିରେ ଓ୍ବାର୍କଆଉଟ୍  କିମ୍ବା ବ୍ୟାୟାମ ନକଲେ ଶରୀରରେ କ୍ୟାଲୋରିର ମାତ୍ରା ବଢ଼ିଯିବା ଫଳରେ ଓଜନ ଅଧିକ ହୋଇ ଯାଇଥାଏ।

୫.ଚାଉଳ : ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚାଉଳ ଏକ ଭଲ ଜିନିଷ। କିନ୍ତୁ ଏକ କପ୍ ଚାଉଳରେ କେବଳ ୨୦୦କ୍ୟାଲୋରୀ ନଥାଏ ବରଂ ଏଥିରେ କାର୍ବୋହାଇଡ୍ରେଟ୍ ମଧ୍ୟ ଥାଏ ଯାହା ଆପଣଙ୍କ ଓଜନ ବଢ଼ାଇଥାଏ।

୬.ରେଡ ମିଟ୍ : ଯଦି ଆପଣ ରେଡ ମିଟ ଖାଉଛନ୍ତି ତେବେ ତୁରନ୍ତ ଏହା ଖାଇବା ବନ୍ଦ କରନ୍ତୁ। ଏହା କେବଳ ଓଜନ ବଢ଼ାଇନଥାଏ ବରଂ ଏହା ଦ୍ବାରା ବିଭିନ୍ନ ପ୍ରକାରର ହୃଦରୋଗର ସମ୍ଭାବନା ବଢ଼ିଯାଇଥାଏ।

୭.କଖାରୁ : ଅଧିକାଂଶ ଲୋକେ ସୁସ୍ଥ ରହିବା ପାଇଁ ସାଲାଡରେ ସିଝା କଖାରୁ ଖାଇବାକୁ ପସନ୍ଦ କରନ୍ତି। କଖାରୁରେ କ୍ୟାଲୋରି କମ୍ ହୋଇଥାଏ,କିନ୍ତୁ ଷ୍ଟାର୍କ ଅଧିକ ହେବା ଯୋଗୁଁ ଓଜନ ବଢ଼ିଥାଏ।

୮.କନ୍ଦମୂଳ : ୧୦୦ଗ୍ରାମର କନ୍ଦମୂଳରେ ପାଖାପାଖି ୮୬କ୍ୟାଲୋରି ବ୍ୟତୀତ ଷ୍ଟାର୍କ ଏବଂ କାର୍ବୋହାଇଡ୍ରେଟ୍ ଥାଏ। ଯେଉଁମାନଙ୍କ ଓଜନ କମ୍ ହୋଇଥାଏ ସେମାନଙ୍କୁ ଜିମ୍ ଇନଷ୍ଟ୍ରକ୍ଟରମାନେ କଖାରୁ ଖାଇବାକୁ ପରାମର୍ଶ ଦେଇଥାଆନ୍ତି।

୯.ସାଲମନ ମାଛ : ୧୭୦ଗ୍ରାମ୍ ସାଲମନ ମାଛରେ ପାଖାପାଖି ୨୪୦ କ୍ୟାଲୋରୀ ଥାଏ। ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହା ଖାଇବା ବନ୍ଦ କରି ଦିଅନ୍ତୁ।

୧୦.ଦୁଗ୍ଧଜାତ ଦ୍ରବ୍ୟ : ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଫ୍ୟାଟ୍ ଫ୍ରି କ୍ଷୀର ବ୍ୟତୀତ ବଜାରରେ ମିଳୁଥିବା ଦୁଗ୍ଧଜାତ ଦ୍ରବ୍ୟ ଯେପରିକି ଦହି,ମାଖନ,ଲସି କିମ୍ବା ଛାଞ୍ଚ ଖାଇବାଠୁ ଦୂରେଇ ରୁହନ୍ତୁ।

   Related Posts