AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

କାଳିଗିରି ବ୍ରିଜ୍ ଉପରେ ୧୦ଫୁଟ ଜଳ ପ୍ରବାହିତ, କରବର ପଞ୍ଚାୟତର ବିଭିନ୍ନ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

16/08/2022 at 12:53 PM

ଖଣ୍ଡପଡା ୧୬।୮: ମହାନଦୀରେ ଜଳସ୍ତର ବଢୁଥିବା ବେଳେ ଏହାର ପ୍ରଭାବରେ ଖଣ୍ଡପଡା କରବର ପଞ୍ଚାୟତରେ ମହାନଦୀ ପାଣି ପ୍ରବେଶ କରିଛି । ଫଳରେ ବ୍ୟାପକ କ୍ଷତି ଘଟିଛି । କରବର ପଞ୍ଚାୟତର କରବର, ମାଣିତ୍ରି, ବଡବର, ଗୁଦୁପଡା, ନଣ୍ଡାବର ଆଦି ଗାଁ ଗୁଡିକରେ ପାଣି ପଶି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ଏବେବି ପାଣି ଘେରରେ ଫସି ରହିଥିବା ଦେଖିବାକୁ ମିଳିଛି । ତା ଛଡା ନିକଟ ଗାଁ ମଣିପୁର ମଧ୍ୟ ପାଣି ଘେରରେ ରହିଛି ।

ମଣିପୁର କାଳିଗିରିରେ ବନ୍ୟା ପାଣି ପଶିଯିବାରୁ କାଳିଗିରି ବ୍ରିଜ ଉପରେ ୧୦ଫୁଟ ଉପରେ ପାଣି ପ୍ରବାହିତ ହେଉଥିବା ଦେଖାଦେଇଛି । ଫଳରେ ଖଣ୍ଡପଡା-ଭୁବନେଶ୍ବର ରାସ୍ତା ବନ୍ଦ ହୋଇଯାଇଛି । ଅନ୍ୟପଟେ କରବର ପଞ୍ଚାୟତ ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ଘଟିଛି । ହଜାର ହଜାର ଚାଷ ଜମି ବନ୍ୟା ପାଣିରେ ବୁଡି ଫସଲ ହାନି ଘଟିଲାଣି । ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି ।

   Related Posts