ରାଜ୍ୟର ୧୦ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା
11/05/2018 at 4:03 AM

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା । ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପ।ଗ ବିଭାଗ । ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳକୁ ସତର୍କତା ଜାରି କରାଯାଇଛି । ସକାଳ ୮.୪୫ରୁ ଦିନ ୧୨.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ପଶ୍ଟିମ ଓଡିଶାରେ ତାତି ଜାରି ରହିବ । ଏହାସହ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଉତ୍ତର ପ୍ରଦେଶରେ ପୁଣି ଝଡ ତୋଫାନ । ୧୬ରୁ ଅଧିକ ମୃତ । ଗତକାଲି ସନ୍ଧ୍ୟାରେ ୟୁପିର ବିଭିନ୍ନ ଅଞ୍ଚଳକେ ଝଡ ତୋଫାନ ଯୋଗୁଁ ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ଯୋଗୁଁ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି । ଏଟାୱାରେ ୪ଜଣ,ଅଲିଗଡରେ ୩ଜଣ, ଏବଂ ମଧୁରା ଜିଲ୍ଲରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସେହିପରି ଆଗ୍ରା ଏବଂ ଫିରୋଜାବାତଦରେ ୫ଜଣଙ୍କର ମୃତ୍ୟୁ ଘଟିଛି । କାନପୁର ଜିଲ୍ଲାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଟାୱା ଏବଂ ଆଗ୍ରାରେ ପ୍ରାୟ ୨ଶହ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । କର୍ଣ୍ଣାଟକ ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଲକ୍ଷ୍ନୌରେ ସ୍ଥିତି ସମୀକ୍ଷା କରିଛନ୍ତି । ଗତ ସପ୍ତାହରେ ୟୁପିର ୨୨ଟି ଜିଲ୍ଲାରେ ଝଡତୋଫାନ ଏବଂ ବଜ୍ର ପାତ ହେତୁ ୭୩ଜଣଙ୍କର ମୃତ୍ୟୁ ଘଟିଥିଲା ….