ନୂଆପଡା ସିଲଦାନାଲା ନିକଟରେ ଟ୍ରକ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା; ୧୦ ଜଣ ମୃତ

Published By : Prameya-News7 Bureau | October 17, 2018 IST

ନୂଆପଡା ୧୭|୧୦: ନୂଆପଡା ସିଲଦାନାଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଟ୍ରକ- ବୋଲେରୋ ମୁହାଁମୁହିଁ ଧକ୍କା ହେବାକୁ ଘଟଣାସ୍ଥଳରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୩୫୩ ଅନ୍ତର୍ଗତ ନୂଆପଡା ସିଲଦାନାଲା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ- ବୋଲେରୋ ମୁହାଁମୁହିଁ ଧକ୍କା ହେବାକୁ ଘଟଣାସ୍ଥଳରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ମୃତକଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ୪ଜଣ ମହିଳା ରହିଛନ୍ତି । ୫ ଜଣ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସମସ୍ତ ମୃତକ ଛତିଶଗଡ଼ ମହାସମୁଦ୍ ଜିଲ୍ଲାର ପିଥୋରା ଅଞ୍ଚଳର ବାସିନ୍ଦା । ଦଶହରା ଉପଲକ୍ଷେ ନୂଆପଡା କୋମନା ସ୍ଥିତ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକଟି ରାୟପୁରରୁ ନୂଆପଡା ଆସୁଥିଲା । ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ନୂଆପଡା ହସ୍ପିଟାଲରେ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.