ଜଳେଶ୍ବରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ୧୦ରୁ ଉର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ
15/07/2019 at 10:33 AM

ବାଲେଶ୍ବର ୧୫/୭: ଜଳେଶ୍ବରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ।ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ବ ଗୋରୁଙ୍କ ମୃତ୍ୟୁ ହୋଇଛି । ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରକ ଯୋଗେ ପଶ୍ଚିମବଙ୍ଗକୁ ଏସବୁ ଗୋରୁଙ୍କୁ ଚାଲାଣ କରାଯାଉଥିଲା । ଟ୍ରକ ଛାଡି ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।