କୃଷ୍ଣପ୍ରସାଦ୧୩|୧: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସୀ ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ସେହି ଗାଁର ଦୁଇ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ହଷ୍ଟେଲରେ ରହୁଥିବା ଛାତ୍ରୀ ଜଣଙ୍କ ରାତିରେ ପରିଶ୍ରା ଯାଇଥିବା ବେଳେ ସେଠାରେ ପୂର୍ବରୁ ଛପି ରହିଥିବା ଦୁଇ ଯୁବକ ତାଙ୍କୁ ପାଖ ଜଙ୍ଗଲକୁ ଟେକି ନେଇଥିଲେ । ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ କୃଷ୍ଣ ପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।...
{"id":73543}
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ । ହଷ୍ଟେଲ ନିକଟରୁ ପାଖ ଜଙ୍ଗଲକୁ ଉଠାଇ ନେଲେ ଦୁଇ ଯୁବକ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଗିଲିନାସୀ ହାଇସ୍କୁଲ ହଷ୍ଟେଲରେ ଘଟିଛି ଏହି ଅଭାବନୀୟ ଘଟଣା । ଛାତ୍ରୀ ଜଣଙ୍କ ଲାଟ୍ରିନ ଯିବାକୁ ବାହାରି ଥିବା ବେଳେ ପୂର୍ବରୁ ସେଠାରେ ଲୁଚି ରହିଥିବା ଗିଲିନାସୀ ଗାଁର ବଦ୍ରି ପ୍ରଧାନ ଏବଂ ଭାଗିରଥୀ ଗୌଡ଼ ତାଙ୍କୁ ଜଙ୍ଗଲକୁ ଟେକି ନେଇଥିଲେ । ତେବେ ଛାତ୍ରୀ ଜଣଙ୍କ ଜୋରରେ ପାଟି କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅନ୍ୟ ଛାତ୍ରୀମାନେ ଚାଲି ଆସିବାରୁ ଦୁଇ ଯୁବକ ପଳାଇଥିଲେ।...
ପୀଡ଼ିତାଙ୍କ ମାଆ ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ପୋଲିସ ଯୁବକଙ୍କ ଚପଲ ଜବତ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବବୋଲି କହିଛି ପୋଲିସ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।…
{"id":73544}
ଛାତ୍ରୀମାନଙ୍କ ପାଇଁ ଏଠି ହଷ୍ଟେଲ ହୋଇଛି, ହେଲେ ନାହିଁ ପାଚେରୀ । ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ଛାତ୍ରୀମାନେ ।ତୁରନ୍ତ ପାଚେରୀ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।…