ଗୋଟିଏ ଭୁଲ୍ ପାଇଁ ବରବାଦ ହେଲା ୧୦ଜଣ ବଲିଉଡ୍ କଳାକାରଙ୍କ କ୍ୟାରିୟର୍ : ଜାଣନ୍ତୁ କିଏ ଏମାନେ
1/10/2018 at 11:16 AM

ମୁମ୍ବାଇ ୧/୧୦: ବଲିଉଡରେ ନିଜର ଆଧିପତ୍ୟ ଜମାଇ ରଖିବା ବହୁତ କଷ୍ଟ କାରଣ ଅଧିକାଂଶ ଲୋକ ନିଜ କାମ ଚାପକୁ ଅଧିକ ସମୟ ସହନ କରିପାରନ୍ତି ନାହିଁ ଏବଂ କିଛି ଏପରି ଭୁଲ୍ କରିବସନ୍ତି ଯାହା ଦ୍ବାରା ତାଙ୍କ କ୍ୟାରିୟର୍ ବୁଡ଼ି ଯାଏ। ଆସନ୍ତୁ ଆଜି ଜାଣିବା ୧୦ଜଣ ବଲିଉଡ୍ କଳାକାରଙ୍କ ବିଷୟରେ ଯେଉଁମାନଙ୍କ କ୍ୟାରିୟର୍ ତାଙ୍କ ଗୋଟିଏ ଭୁଲ୍ ନିମନ୍ତେ ବରବାଦ ହୋଇଯାଇଥିଲା।
୧.ବିନୋଦ ଖାନ୍ନା : ବିନୋଦ ଖାନ୍ନା ମଧ୍ୟ ଅମିତାଭ ବଚ୍ଚନଙ୍କ ଭଳି ଜଣେ ସୁପରଷ୍ଟାର ଥିଲେ। ଯେତେବେଳେ ତାଙ୍କ କ୍ୟାରିୟର୍ ଶୀର୍ଷରେ ଥିଲା ସେହି ସମୟରେ ସେ ବଲିଉଡ୍ ଛାଡ଼ି ଓଶୋ ଆଶ୍ରମରେ ସନ୍ନ୍ୟାସୀ ହେବାର ନିଷ୍ପତ୍ତି ନେଇଥିଲେ। ସେ ୫ବର୍ଷ ପରେ ପୁଣିଥରେ ଫେରିଥିଲେ କିନ୍ତୁ ତାଙ୍କୁ ସେହି ସ୍ଥାନ ଆଉ ମିଳିନଥିଲା।
୨.ପରବିନ୍ ବବି: ପରବିନ ନିଜ ସମୟରେ ବଲିଉଡରେ ସବୁଠାରୁ ସୁନ୍ଦର ଅଭିନେତ୍ରୀ ଥିଲେ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ। କିନ୍ତୁ ନିଶା ଦ୍ରବ୍ୟ ସେବନ କାରଣରୁ ତାଙ୍କ କ୍ୟାରିୟର୍ ଫ୍ଲପ୍ ହୋଇଯାଇଥିଲା।
୩.ସଞ୍ଜୟ ଦତ୍ତ: ୧୯୯୩ ମସିହାରେ ମୁମ୍ବାଇ ବୋମା ବିସ୍ଫୋରଣରେ ନାମ ଆସିବା ପୂର୍ବରୁ ସଞ୍ଜୟ ସତ୍ତ ସେହି ସମୟର ଜଣେ ଉଦୀୟମାନ କଳାକାର ଥିଲେ। ସେ ୩ଜଣ ଖାନଙ୍କ ଠାରୁ ମଧ୍ୟ ବଡ଼ ଷ୍ଟାର ଥିଲେ। ଜେଲ୍ ଏବଂ କୋର୍ଟର ଚକ୍କରରେ ସେ ନିଜ ଫିଲ୍ମ କ୍ୟାରିୟର ପ୍ରତି ଧ୍ୟାନ ଦେଇନଥିଲେ।
୪.ମନୀଷା କୋଇରାଲା: ମନୀଷା ନିଜ ଭୁଲ୍ ଯୋଗୁଁ ତାଙ୍କ ସଫଳ କ୍ୟାରିୟର୍ ଖରାପ କରିଥିଲେ। ସେ ନିଶା ଏବଂ ମଦ ଭଳି ଖରାପ ଜିନିଷ ଅଭ୍ୟାସ କରିଥିଲେ।
୫.ବିବେକ ଓବେରୟ: ବିବେକ ଐଶ୍ଚର୍ଯ୍ୟା ରାୟଙ୍କ ନିମନ୍ତେ ସଲମାନ ଖାନଙ୍କ ସହିତ ଝଗଡ଼ା କରିଥିଲେ ଏବଂ ସେହି ସମୟରେ ସଲମାନଙ୍କ ବଲିଉଡରେ ଯଥେଷ୍ଟ ଖ୍ୟାତି ଥିଲା ଯାହା ଦ୍ବାରା ବିବେକଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା। ଶେଷରେ ତାଙ୍କୁ ଐଶ୍ଚର୍ଯ୍ୟା ମିଳିନଥିଲେ କି ତାଙ୍କ କ୍ୟାରିୟର ମଧ୍ୟ ବୁଡ଼ି ଯାଇଥିଲା।
୬.ଅମିଶା ପଟେଲ: ନିଜ କ୍ୟାରିୟରର ଶୀର୍ଷରେ ଥାଇ ଅମିଷା ତାଙ୍କ ପରିବାର ସହିତ ସମ୍ପତ୍ତି କାରବାରକୁ ନେଇ ବିବାଦରେ ଫସିଯାଇଥିଲେ। ଯାହା କାରଣରୁ ସେ ନିଜ କାମରୁ ଏକ ଛୋଟ ବ୍ରେକ୍ ନେଇଥିଲେ କିନ୍ତୁ ଯେତେବେଳେ ସେ ଇଣ୍ଡଷ୍ଟ୍ରିକୁ ଫେରିଥିଲେ ସେତେବେଳେ ତାଙ୍କ ଡିମାଣ୍ଡ କମିଯାଇଥିଲା।
୭.ଶାଇନି ଆହୁଜା: ଶାଇନି ବଲିଉଡର ଜଣେ ଉଦୀୟମାନ କଳାକାର ଥିଲେ କିନ୍ତୁ ସେ ନିଜ ଚାକରାଣୀକୁ ଦୁଷ୍କର୍ମ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୮.ଅଫତାବ ଶିବଦଶାନୀ: ଅଫତାବ ୨୦୦୫ମସିହାରେ ପୁଣେର ଏକ କ୍ଲବରେ ନିଶା ନେଉଥିବାବେଳେ ଧରା ପଡ଼ିଥିଲେ। କିନ୍ତୁ ଏହା ପୂର୍ବରୁ ସେ ବହୁତ ହିଟ୍ ଫିଲ୍ମରେ କାମ କରିସାରିଥିଲେ।
୯.ବିଜୟ ରାଜ: ବଲିଉଡର ପ୍ରସିଦ୍ଧ କମେଡ଼ିଆନ୍ ବିଜୟ ରାଜଙ୍କୁ ଦୁବାଇ ପୋଲିସ୍ ଡ୍ରଗସ୍ ସହିତ ଗିରଫ କରିଥିଲେ । ଏହା ପୂର୍ବରୁ ସେ ପ୍ରତି କମେଡ଼ି ଫିଲ୍ମରେ ଅଭିନୟ କରୁଥିଲେ।
୧୦.ଫରଦୀନ ଖାନ୍: ଫରଦୀନ ଖାନ୍ ବଲିଉଡର ସବୁଠାରୁ ହ୍ୟାଣ୍ଡସମ୍ ଷ୍ଟାର୍ ହିସାବରେ ଗଣା ଯାଉଥିଲେ କିନ୍ତୁ ଡ୍ରଗସ୍ ନିଶା ଯୋଗୁଁ ତାଙ୍କ କ୍ୟାରିୟର୍ ପୁରା ବରବାଦ ହୋଇଯାଇଥିଲା।