ଏହି ୧୦ଜଣ ବଲିଉଡ ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କଠୁ ୧୦ବର୍ଷ ବଡ଼,ଜାଣନ୍ତୁ କିଏ ଏମାନେ:

Published By : Prameya-News7 Bureau | October 29, 2018 IST

ଆଜି ଆମେ ଜାଣିବା ବଲିଉଡର ଏପରି ୧୦ଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ତାଙ୍କ ସ୍ବାମୀଙ୍କଠୁ ବଡ଼। ୧.ଅମୃତା ସିଂହ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କଠୁ ତାଙ୍କ ପୂର୍ବ ପତ୍ନୀ ଅମୃତା ସିଂହ ୧୨ବର୍ଷ ବଡ଼ ଥିଲେ। ସେମାନେ ୧୯୯୧ମସିହାରେ ବିବାହ କରିଥିଲେ ଏବଂ ବିବାହର ୧୩ବର୍ଷ ପରେ ଅଲଗା ହୋଇଯାଇଥିଲେ। ୨.ଉର୍ମିଳା ମାତୋଣ୍ଡକର: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ୨୦୧୬ରେ ମୋହସିନ ଅଖତରଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କଠୁ ୧୦ବର୍ଷ ବଡ଼।   ୩.ଫାରା ଖାନ୍: ଫାରା ଖାନ୍ ୨୦୧୪ମସିହାରେ ବଲିଉଡ ନିର୍ଦ୍ଦେଶକ ଶିରିଶ କନ୍ଦରଙ୍କୁ ବିବାହ କରିଥିଲେ। ବଲିଉଡ ନିର୍ଦ୍ଦେଶକ ,କୋରିଓଗ୍ରାଫର ଏବଂ ଅଭିନେତ୍ରୀ ଫାରା ଖାନ୍ ଶିରିଷଙ୍କଠୁ ୮ବର୍ଷ ବଡ଼। ୪.ଅର୍ଚ୍ଚନା ପୂରନ ସିଂ: ବଲିଉଡ ଅଭିନେତ୍ରୀ ଅର୍ଚ୍ଚନା ପୂରନ ସିଂ ବଲିଉଡ ନିର୍ଦ୍ଦେଶକ ପରମିତ ସେଠୀଙ୍କୁ ୧୯୯୨ରେ ବିବାହ କରିଥିଲେ। ସେ ପରମିତ ସିଂଙ୍କଠୁ ୭ବର୍ଷ ବଡ଼।   ୫.ଜରିନା ଓ୍ବାହାବ: ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଜରିନା ଓ୍ବାହାବ ସ୍ବାମୀଙ୍କଠୁ ୬ବର୍ଷ ବଡ଼। ସେମାନେ ୧୯୮୬ମସିହାରେ ବିବାହ କରିଥିଲେ।   ୬.ସୋହା ଅଲ୍ଲୀ ଖାନ୍: ବଲିଉହ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍ ନିଜ ସ୍ବାମୀ କୁଣାଲ ଖେମୁଙ୍କଠୁ ୫ବର୍ଷ ବଡ଼। ୨୦୧୫ମସିହାରେ ସେ କୁଣାଲ ଖେମୁଙ୍କୁ ବିବାହ କରିଥିଲେ। ୭.ନମ୍ରତା ଶିରୋଦକର: ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକର ତାମିଲ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ଯିଏ ସ୍ବାମୀଙ୍କଠୁ ୪ବର୍ଷ ବଡ଼। ଏମାନେ ୨୦୦୪ରେ ବିବାହ କରିଥିଲେ। ୮.ବିପାଶା ବସୁ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବଲିଉଡ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ୨୦୧୬ରେ ବିବାହ କରିଥିଲେ। ବିପାଶା କରଣଙ୍କଠୁ ୩ବର୍ଷ ବଡ଼। ୯.ଐଶ୍ଚର୍ଯ୍ୟା ରାୟ: ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ୨୦୦୭ରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଐଶ୍ଚର୍ଯ୍ୟା ଅଭିଷେକଙ୍କଠୁ ୨ବର୍ଷ ବଡ଼। ୧୦.ଶିଳ୍ପା ସେଟ୍ଟୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିବାହ ଭାରତୀୟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହିତ ୨୦୦୯ରେ ହୋଇଥିଲା। ରାଜ କୁନ୍ଦ୍ରାଙ୍କ ଏହା ଦ୍ବିତୀୟ ବିବାହ। କିନ୍ତୁ ଶିଳ୍ପା ରାଜଙ୍କଠୁ ୩ମାସ ବଡ଼।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.