ଉତ୍ତରାଖଣ୍ଡ: ହିମସ୍ଖଳନରେ ଫଶିଥିବା ୧୦ ଟ୍ରାକରଙ୍କ ଶବ ଉଦ୍ଧାର, ୧୮ ଏବେବି ନିଖୋଜ

Published By : Prameya-News7 Bureau | October 04, 2022 IST

ଉତ୍ତରକାଶୀ ୪।୧୦: ଉତ୍ତରାଖଣ୍ଡ ଉତ୍ତର କାଶୀରେ ମଙ୍ଗଳବାର ବଡ଼ ଧରଣର ପ୍ରାକୃତିକ ଦୁର୍ଘଟଣା ଘଟିଛି। ଏଠାକାର ଦ୍ରୌପଦୀ କା ଡାଣ୍ଡା-୨ ପାହାଡ ଚୂଳରେ ହୀମ ସ୍ଖଳନ ହେବା ଯୋଗୁ ୨୮ ଟ୍ରାକର ଫଶି ଯାଇଛନ୍ତି। ନେହେରୁ ପର୍ବତାରୋହଣ ସଂସ୍ଥାନ (ଏନଆଇଏମ)ର ପ୍ରିନ୍ସପାଲ କର୍ଣ୍ଣେଲ ବିଷ୍ଟ ହୀମସ୍ଖଳନରେ ଫଶିଥିବା ୨୮ ଟ୍ରାକରଙ୍କ ମଧ୍ୟରୁ ୧୦ ଜଣଙ୍କ ଶବ ଉଦ୍ଧାର ହୋଇଥିବା କହିଛନ୍ତି। ଏବେବି ୧୮ ଜଣ ନିଖୋଜ ଅଛନ୍ତି। ଏନଡିଆରଏଫ, ଏସଡିଆରଏଫ ଓ ସେନା ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।

{"id":691803,"width":841,"height":555,"sizeSlug":"full","linkDestination":"none"}

ବରଫରେ ଫଶି ରହିଥିବା ଟ୍ରାକରଙ୍କ ଉଦ୍ଧାର ନିମନ୍ତେ ଭାରତୀୟ ବାୟୁସେନା (ଆଇଏଏଫ) ୨ଟି ଚିତା ହେଲିକପ୍ଟର ମୂତୟନ କରିଛନ୍ତି। ରିପୋର୍ଟ ଅନୁସାରେ ଦ୍ରୌପଦୀ କା ଡଣ୍ଡା  ୫ ହଜାର ୬୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟବାଲ ଏଭଲାଞ୍ଚରେ ଫଶିଥିବା ଲୋକଙ୍କ ମଧ୍ୟରେ ଏନଆଇଏମର ଟ୍ରେନି ପର୍ବତାରୋହୀ ଓ ସେମାନଙ୍କ ପ୍ରଶିକ୍ଷକମାନେ ଥିବା କହିଛନ୍ତି।

{"id":691850,"width":840,"height":553,"sizeSlug":"full","linkDestination":"none"}

ଟ୍ରାକରଙ୍କ ରେସ୍କ୍ୟୁ ପାଇଁ ବଡ଼ ଧରଣର ଉଦ୍ଧାର ଅଭିଯାନ ଚଳାଯାଇଛି। ତେବେ ଇତି ମଧ୍ୟରେ ପୁଣି ହୀମପାତ ଆରମ୍ଭ ହୋଇଯିବା ରେସ୍କ୍ୟୁ ଅପରେସନକୁ ପ୍ରଭାବିତ କରିଛି। ଉତ୍ତରାଖଣ୍ଡର କେଦାରନାଥ ନିକଟରେ ଗତ ୧ ତାରିଖ ଦିନ ବରଫ ଅତଡା ଧସିଥିବା ସାମ୍ନାକୁ ଆସିଥିଲା। ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜେୟ ହିମାଳୟ କ୍ଷେତ୍ରରେ ସକାଳେ ହୀମସ୍ଖଳନ ହୋଇଥିବା ଓ ଏଥିରେ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନଥିବା କହିଛନ୍ତି। ସେହିପରି ବରଫ ପାହାଡ ଖସୁଥିବାର ଭଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ବରଫ ପାହାଡ ଦେଖୁ ଦେଖୁ ଭୂଷୁଡି ପଡିଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.