ହାତୀ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | December 26, 2019 IST

ଅନୁଗୁଳ ୨୬/୧୨: ଆଠମଲ୍ଲିକ ବ୍ଲକ କିଆକଟା  ଥାନା ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ଧନେଶ୍ବର ପ୍ରଧାନ ।

ଧନେଶ୍ବର ରାତିରେ  ଧାନ ଖଳାରୁ ଧାନ ନେଉଥିବା ସମୟରେ ଏକ ହାତୀ ଆସି ଧନେଶ୍ବରକୁ ଶୁଣ୍ଢରେ ବୁଲାଇ ଫିଙ୍ଗି ଦେଇ ଚାଲି ଯାଇଥିଲା । ଧନେଶ୍ବର ପାଟି ଶୁଣି ଲୋକେ ପହଁଚିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ମେଡିକାଲକୁ ପଠା ଯାଇଛି ।ଧନେଶ୍ବରଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.