୧ଟଙ୍କା ଜୋରିମାନା ନଚେତ୍ ୩ମାସ ଜେଲ୍ ଦଣ୍ଡ : ଆଇନଜୀବି ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
31/08/2020 at 12:32 PM

ନୂଆଦିଲ୍ଲୀ ୩୧/୮: ନ୍ୟାୟ ବ୍ୟବସ୍ଥା ବିରୋଧରେ ଟ୍ବିଟ୍ କରିବାକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାରେ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ଉପରେ ଏକ ଟଙ୍କାର ଜୋରିମାନା ଲଗାଇଛନ୍ତି। ଯଦି ପ୍ରଶାନ୍ତ ଭୂଷଣ ଜୋରିମାନା ନ ଦେବେ ତେବେ ତାଙ୍କୁ ୩ମାସ ଜେଲ୍ ଦଣ୍ଡ ହୋଇପାରେ ଏବଂ ୩ବର୍ଷ ଯାଏଁ ତାଙ୍କ ପ୍ରାକ୍ଟିସ୍ ଉପରେ କଟକଣା ଲଗାଯାଇପାରେ। ସେପ୍ଟେମ୍ବର ୧୫ ସୁଦ୍ଧା ପ୍ରଶାନ୍ତଙ୍କୁ ୧ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ନିଷ୍ପତ୍ତି ଶୁଣାଇବା ପୂର୍ବରୁ ପ୍ରଥମେ କୋର୍ଟ କହିଥିଲେ ଯେ ଅଦାଲତଙ୍କ ନିଷ୍ପତ୍ତି ଜନତାଙ୍କ ବିଶ୍ବାସ ଏବଂ ମିଡିଆଙ୍କ ରିପୋର୍ଟରେ ହୋଇନଥାଏ। ପ୍ରଶାନ୍ତ ଭୂଷଣ କୋର୍ଟଠୁ ଆଗେ ନିଜ ବୟାନ ମିଡିଆକୁ ଦେଇଥିଲେ ଯାହା ଭୁଲ୍ ଥିଲା। ସେମାନେ ଚାହଁନ୍ତି ଯେ ସେ କ୍ଷମା ମାଗନ୍ତୁ କିନ୍ତୁ ସେ ଏଥିପାଇଁ ମନା କରି ଦେଇଥିଲେ।