oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପୁଣି ଘାତକ ହେଲା ଜଲ୍ଲିକଟ୍ଟୁ ଖେଳ: ମଦୁରାଇରେ ପ୍ରତିଯୋଗିତା ସମୟରେ ଜଣେ ମୃତ, ୮୦ ଆହତ

15/01/2022 at 2:31 PM

ମଦୁରାଇ ୧୫/୦୧: ତାମିଲନାଡୁ ମଦୁରାଇରେ ଜଲ୍ଲିକଟ୍ଟୁ ପର୍ବରେ ପୁଣି ଅଘଟ । ପ୍ରିତଯୋଗିତାରେ ଜଣେ ୧୮ ବର୍ଷ ଯୁବକଙ୍କର ମୃତ୍ୟୁ । ମଦୁରାଇରେ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ସମୟରେ କ୍ରୋଧରେ ଜର୍ଜରିତ ଷଣ୍ଢ ୧୮ ବର୍ଷର ଯୁବକଙ୍କୁ ଟାର୍ଗେଟ କରିଥିଲା । ପୋଙ୍ଗଲ ସମୟରେ ଷଣ୍ଢକୁ ନିୟନ୍ତ୍ରଣ କରିବାକୁ ଯାଇ ଷଣ୍ଢ ମାଲିକଙ୍କ ସମେତ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ମଦୁରାଇର ଆଭାନିୟାପୁରମ୍ ଅଞ୍ଚଳରେ ଜଲ୍ଲିକଟ୍ଟୁ ପ୍ରତିଯୋଗିତା ସମୟରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅତି କମରେ ୮୦ ଜଣ ଆହତ ହୋଇଛନ୍ତି । ସୂଚନା ଥାଉକି, ଜଲିକାଟ୍ଟୁ ଶୁକ୍ରବାର ପାଳନ କରାଯାଇଥିଲା । ସୂଚନାଅନୁଯାୟୀ, ଆହତଙ୍କ ମଧ୍ୟରେ ୨୪ ଷଣ୍ଢ ମାଲିକ ଅଛନ୍ତି । ପୋଲିସ କହିବା ମୁତାବକ ଷଣ୍ଢ ବାଲାମୁରୁଗାନଙ୍କ ଛାତିରେ ଆଘାତ ଦେଇଥିଲା । ଏହା ପରେ ବାଲାମୁରୁଗାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

   Related Posts