Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

୧୦ ଦିନ ବିତିଗଲା ହେଲେ ଉଦ୍ଧାର ହେଇପାରିଲେନି ୨ ଜେସିବି ଅପରେଟର ; ଆଜି ଠାବ ହେଲା ଦ୍ୱିତୀୟ ଜେସିବି ମେସିନ

9/06/2018 at 6:46 AM

ଜୟପୁର ରାଣୀଗଡ ଗୁମ୍ମା ପଥର କ୍ବାରୀରେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଗତକାଲି ୫ଟି ବ୍ଲାଷ୍ଟ କରାଯାଇ ପଥରକୁ ଖଣ୍ଡ କରାଯାଇଥିଲା । କିନ୍ତୁ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନି । ତେଣୁ ଆଜି ଅଧିକ ବ୍ଲାଷ୍ଟ କରାଯିବାର ସୂଚନା ରହିଛି । ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏଥି ସହ ପଥର କ୍ବାରୀର ୧ କିଲୋମିଟର ମଧ୍ୟରେ ଯାତାୟତ ବନ୍ଦ କରାଯାଇଛି । ସେନା ସହାୟତାରେ ଖୁବ୍ ଶୀଘ୍ର ପଥର ତଳେ ଫସିଥିବା ଦୁଇ ଅପରେଟରଙ୍କୁ ଉଦ୍ଧାର ନେଇ ଆଶା ସୃଷ୍ଟି ହୋଇଛି । ଆଜିକୁ ୧୦ ଦିନ ହେଲା ପଥର ତଳେ ୨ ଜେସିବି ଅପରେଟର ଘନଶ୍ୟାମ ଓ ସଞ୍ଜୟ ଫସିଥିବା ବେଳେ ଏକ ଅନିଶ୍ଚିତ ଆଶଙ୍କାରେ ଏବେ ବି ପରିବାର ଲୋକେ ।

Leave a Reply

   Related Posts