ଗଂଜାମରୁ ତିତଲୀ ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ଆଉ ଜଣକ ଶବ ଉଦ୍ଧାର

Published By : Prameya-News7 Bureau | October 27, 2018 IST

ଗଂଜାମ ୨୭/୧୦ : ଗତ ତିତଲୀ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୁତପଙ୍କାଳ ଗାଁର ୬ ଜଣ ଭାସି ଯାଇଥିଲେ | ଆଜି ଅଡ଼ଙ୍ଗୀ ନଦୀକୂଳରୁ ଜଣକର ମୃତଦେହ ଉଦ୍ଧାର ହୋଇଛି | ପୂର୍ବରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ଆଜି ମିଳିଥିବା ମୃତକଙ୍କ ନାଁ ହେଲା ବିଜୟ ମଲ୍ଲିକ | ତେବେ ଆଉ ୨ ଜଣଙ୍କ ମୃତଦେହ ଏଯାଏଁ ପତ୍ତା ମିଳିନି | ଗାଁ ଲୋକେ ଶବଟିକୁ ଦେଖି ପ୍ରଥମେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ | ସମସ୍ତଙ୍କ ମିଳିତ ଉଦ୍ୟମରେ ଶବଟିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.