ଗାଁରେ ଫୁଟିଲା ଡିଟୋନେଟର : ବିସ୍ଫୋରଣରେ ନାବାଳକ ଗୁରୁତର

Published By : Prameya-News7 Bureau | October 14, 2019 IST

ଗଞ୍ଜାମ ୧୪/୧୦: ଗଞ୍ଜାମ ଜିଲ୍ଲା ଆସିକା ପାଣ୍ଡିଆପଥର ଗାଁରେ ଡିଟୋନେଟର ବ୍ଲାଷ୍ଟ ହୋଇଛି । ଏଥିରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକ ହେଲେ ୧୪ ବର୍ଷିୟ ସେଖ୍ ସଫିଦ୍ । ସଫିଦକୁ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୁନ୍ଦରିଆ ପାହାଡ ନିକଟରେ ପଡିଥିବା ଏକ ଡିଟୋନେଟରକୁ ତାର ଭାବି ସଫିଦ ହାତରେ ଧରି ପଥରରେ ଛେଚୁଥିଲେ । ଫଳରେ ଡିଟୋନେଟରଟି ଫାଟି ଯାଇଥିଲା ।

ଘରୁ ବାହାରକୁ ଯାଇଥିବା ବେଳେ ସେଠାରେ ଡେଟୋନେଟର ପଡିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତାଙ୍କ ହାତର ୪ଟି ଆଙ୍ଗୁଠି ସହ ହାତ ପାପୁଲି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.