ରେଲୱେ ଉପରେ କରୋନା ପ୍ରଭାବ, ୭ ଦିନରେ ଲକ୍ଷେ ଟିକେଟ୍ ବାତିଲ୍

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧।୩: ରେଲୱେ ଉପରେ କରୋନା ପ୍ରଭାବ । କରୋନାକୁ ନେଇ ଆତଙ୍କିତ ଲୋକେ ସୁରକ୍ଷା ଦୃଷ୍ଟିରେ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି । ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଲୱେ ଉପରେ ପଡ଼ିଛି । ସପ୍ତାହକ ମଧ୍ୟରେ ପୂର୍ବତଟ ରେଳ ଅଧୀନରେ ଚଳାଚଳ କରୁଥିବା ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକରେ ପ୍ରାୟ ୧ ଲକ୍ଷରୁ ଅଧିକ ଟିକେଟକୁ ବାତିଲ୍ ହୋଇଛି । ଯାହା ବିଗତ ବର୍ଷ ଏହି ସମୟ ମଧ୍ୟରେ ହୋଇଥିବା ଟିକେଟ ବାତିଲ୍ ତୁଳନାରେ ୬୭ ପ୍ରତିଶତ ଅଧିକ ।

ଏ ପ୍ରକାର ସ୍ଥିତି ଯେ କେବଳ ମାତ୍ର ଓଡ଼ିଶାରେ ଦେଖିବା ପାଇଁ ମିଳିଛି, ତାହା ନୁହେଁ ସମଗ୍ର ଦେଶରେ ଏବେ ଟିକେଟ ବାତିଲ୍ ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଞ୍ଚିଛି । ଷ୍ଟେସନରେ ଏବେ ଯାତ୍ରୀ ସଂଖ୍ୟା କମ୍ ଦେଖିବାକୁ ମିଳୁଛି । ଆବଶ୍ୟକ ନଥିଲେ କେହି ଯାତ୍ରୀ ବାହାରକୁ ଯାଉନାହାନ୍ତି ।

ସେପଟେ କରୋନା ପାଇଁ ଷ୍ଟେସନରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯାତ୍ରୀଙ୍କୁ ସଚେତନ କରାଯିବା ସହ ବାହାରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟେସନରେ ହେଲପ ଡେସ୍କ କରାଯାଇଛି । ଷ୍ଟେସନରେ ଯାତ୍ରୀ ବସୁଥିବା ଚେୟାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଭଲ ଭାବେ ସାନିଟାଇଜ୍ କରାଯାଉଛି । ଏସି ବଗିରୁ କମ୍ବଳକୁ ହଟାଯାଇଛି ।ସେହିପରି ଟ୍ରେନରୁ ପରଦା, କାର୍ପେଟ ମଧ୍ୟ ବାହାର  କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.