scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରପଞ୍ଚଙ୍କୁ ଲକ୍ଷେ ଟଙ୍କା​‌ ଫାଇନ୍‌: ସିସିଟିଭିରେ ପଡିଗଲେ ଧରା, ବିଡିଓ ଲେଖିଲେ ଚିଠି

29/09/2020 at 10:42 PM

ବରଗଡ଼୨୯/୯: ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା​‌ ଫାଇନ୍। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ତାଙ୍କ ଉପରେ ଲକ୍ଷେ ଟଙ୍କା ଫାଇନ୍ କରାଯାଇଛି। ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଗଉରେନମୁଣ୍ଡାର ସରପଞ୍ଚ ମାଲବ ସାହୁଙ୍କୁ ଗାଇସିଲେଟ ବ୍ଲକ ବିଡ଼ିଓ ନିରଞ୍ଜନ ସା ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ସରପଞ୍ଚ ମାଲବ ସାହୁ କୋଭିଡ଼ କଟକଣାକୁ ଉଲଂଘନ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଜମାଇ ଥିବାରୁ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ଏଥିସହ ଦୀର୍ଘ ସମୟ ଧରି ପ୍ରାୟ ୧୫୦ ଜଣ ଲୋକଙ୍କୁ ଏକାଠି କରିଥିଲେ। ଏକତ୍ରିତ ହୋଇଥିବା ଲୋକମାନେ ମାସ୍କ ପିନ୍ଧି ନଥିଲେ ଏବଂ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ମଧ୍ୟ ନଥିଲା।

ବ୍ଲକ ବାହାରେ ସରପଞ୍ଚଙ୍କ ନେତୃତ୍ବରେ ଚାଲିଥିବା ଏତମା ଘଟଣାକୁ ବିଡିଓ ସିସିଟିଭିରେ ଦେଖିଥିଲେ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା​‌ ଫାଇନ୍ ଦେବାକୁ ବିଡିଓ ଚିଠି ଲେଖିଛନ୍ତି।

   Related Posts