ମନ୍ତ୍ରୀଙ୍କ ଦୀପାବଳି ଗିଫ୍ଟ: ନଗରପାଳିକା ସଦସ୍ୟଙ୍କୁ ଦେଲେ ଦାମୀ ଉପହାର, ବଢ଼ିଲା ବିବାଦ

Published By : Prameya-News7 Bureau | October 25, 2022 IST

କର୍ଣ୍ଣାଟକ ୨୫/୧୦: ଦୀପାବଳିରେ କାହାକୁ ଗିଫ୍ଟ ଦେବା କଥା ଆପଣ ଶୁଣିଥିବେ। କେହି ମିଠା ଦିଅନ୍ତି ତ’ କେହି ପୁଣି କିଛି ଅନ୍ୟ ସାମଗ୍ରୀ ଗିଫ୍ଟ ଦେଇଥାନ୍ତି।  କିନ୍ତୁ ଏବେ କର୍ଣ୍ଣାଟକର ଜଣେ ମନ୍ତ୍ରୀଙ୍କ ଦୀପାବଳି ଗିଫ୍ଟକୁ ନେଇ ଏବେ ବିବାଦ ଦେଖାଦେଇଛି। ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂହଙ୍କ ଦାମୀ ଦୀପାବଳି ଗିଫ୍ଟକୁ ନେଇ ଏବେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ହୋସପେଟ୍ ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଆନନ୍ଦ ସିଂହଙ୍କ ନିର୍ବାଚିତ ନଗରପାଳିକା ଏବଂ ପଞ୍ଚାୟତ ମେମ୍ବରଙ୍କୁ ଦାମୀ ଉପହାର ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

କୁହାଯାଉଛି ସିଂହ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୀପାବଳି ଗିଫ୍ଟ ଦେଇଥିଲେ। ସେ ଦେଇଥିବା ଗିଫ୍ଟରେ ୧ ଲକ୍ଷ ଟଙ୍କା, ୧୪୪ ଗ୍ରାମ ସୁନା, ୧ କେଜି ରୂପା, ଏକ ସିଲ୍କ ଶାଢ଼ୀ, ଏକ ଧୋତୀ ଏବଂ ଏକ ଡ୍ରାଏ ଫ୍ରୁଟ୍ ବକ୍ସ ରହିଥିଲା। ତେବେ ଏହି ଗିଫ୍ଟ ବକ୍ସର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରିପୋର୍ଟ ଅନୁଯାୟୀ, ସିଂହ ଦୁଇ ପ୍ରକାରର ଗିଫ୍ଟ ଦେଇଥିଲେ। ଯେଉଁଥିରେ ନଗର ନିଗମ ପ୍ରତିନିଧିଙ୍କ ପାଇଁ ଦିଆଯାଇଥିବା ଗିଫ୍ଟ ବକ୍ସରେ ୧ ଲକ୍ଷ ନଗଦ, ୧୪୪ ଗ୍ରାମ ସୁନା, ୧ କେଜି ରୂପା, ଏକ ସିଲ୍କ ଶାଢ଼ୀ, ଏକ ଧୋତୀ ଏବଂ ଏକ ଡ୍ରାଏ ଫ୍ରୁଟ୍ ବକ୍ସ ରହିଥିଲା । ସେହିପରି ନିର୍ବାଚିତ ପଞ୍ଚାୟତ ସଦସ୍ୟଙ୍କୁ କମ୍ ଟଙ୍କା ଏବ ସୁନା ବ୍ୟତୀତ ଅନ୍ୟସବୁ ସାମଗ୍ରୀ ଦିଆଯାଇଥିଲା।

ସପେଟ ସିଂହଙ୍କ ସମର୍ଥକ କହିଛନ୍ତି ଯେ ମନ୍ତ୍ରୀ ପ୍ରତିବର୍ଷ ଏଭଳି ଗିଫ୍ଟ ବକ୍ସ ଦେଇଥାନ୍ତି। କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ଏହାକୁ ମୁଦ୍ଦା କରାଯାଉଛି। ସେମାନେ ଆହୁରି କହିଛନ୍ତି ନିର୍ବାଚିତ ପ୍ରତିନିଧିଙ୍କ ବ୍ୟତୀତ ଅଧିକାରୀ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ମଧ୍ୟ ଗିଫ୍ଟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.