oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସୁଶାନ୍ତ ସିଂହଙ୍କ ନ୍ୟାୟ ପାଇଁ କରାଗଲା ୧ ଲକ୍ଷ ୨୫ ହଜାର ହନୁମାନ ଚାଳିଶା ପାଠ

24/08/2020 at 2:53 PM

ପାଟନା ୨୪/୦୮ : ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଲୋକେ ନିଜ ନିଜ ତରିକାରେ ପୂଜାପାଠ କରୁଛନ୍ତି | ବିହାରରେ ସୁଶାନ୍ତ ସିଂହଙ୍କୁ ନ୍ୟାୟ ଦେବା ପାଇଁ ଲୋକେ ନାନା ତରିକା ଆପଣେଇଛନ୍ତି | ନ୍ୟାୟ SSR ପାଟନା ରାଜୀବ ନଗର ସ୍ଥିତ ସୁଶାନ୍ତ ସିଂହ ରାଜପୁତଙ୍କ ବାସଭବନ ନିକଟରେ ଥିବା ହନୁମାନ ମନ୍ଦିରରେ ଯଜ୍ଞ କରାଯାଇଛି | ରାଜୀବ ନାଗରରେ ସୁଶାନ୍ତ ନ୍ୟାୟ ସଂଗଠନ ଏକ ବିଶ୍ୱସ୍ତରୀୟ ପ୍ରାର୍ଥନା ସଭାର ଆୟୋଜନ କରିଥିଲା ​​ଯେଉଁଠାରେ ଲୋକେ ଏକ ଲକ୍ଷ ୨୫ ହଜାର ହନୁମାନ ଚାଳିଶା ପାଠ କରିଥିଲେ ଓ ଯଜ୍ଞ କରିଥିଲେ | ସୁଶାନ୍ତ ସିଂହଙ୍କୁ ଶୀଘ୍ର ନ୍ୟାୟ ମିଳୁ ବୋଲି ଲୋକେ କାମନା କରିଥିଲେ | ଏହାସହ ଦୋଷୀକୁ ଦଣ୍ଡ ମିଳୁ ବୋଲି ମଧ୍ୟ ଲୋକେ ପ୍ରାର୍ଥନା କରିଛନ୍ତି |

ପ୍ରାର୍ଥନା ଜରିଆରେ ଲୋକେ ଈଶ୍ୱରଙ୍କ ନିକଟରେ ଦାବି କରିଛନ୍ତି ଯେ ସିବିଆଇ ତଦନ୍ତରେ ସଫଳ ହେଉ ଏବଂ ସୁଶାନ୍ତ ମାମଲାରେ ସିବିଆଇ ନିଷ୍କର୍ସ ତରିକାରେ କାର୍ଯ୍ୟ କରୁ | ନ୍ୟାୟ SSR ର ପ୍ରତିଷ୍ଠାତା ତଥା କାର୍ଯ୍ୟକ୍ରମ ଆୟୋଜକ ପ୍ରଶାନ୍ତ କୁମାର କହିଛନ୍ତି ଯେ ବିଶ୍ୱସ୍ତରୀୟ ପ୍ରାର୍ଥନା ସଭା ସିବିଆଇକୁ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ପାଇଁ କରାଯାଇଛି | ଏହାସହ ଏକ ଲକ୍ଷ ୨୫ ହଜାର ହନୁମାନ ଚାଳିଶା ମଧ୍ୟ ପାଠ କରାଯାଇଛି | ଏହି ହନୁମାନ ମନ୍ଦିରକୁ ସୁଶାନ୍ତ ସିଂହ ଶେଷଥର ପାଟନା ଆସିଥିବା ସମୟରେ ଦର୍ଶନ କରିବାକୁ ଆସିଥିଲେ ବୋଲି ସେ କହିଛନ୍ତି |

ପ୍ରଶଂସକଙ୍କ କହିବାନୁଯାୟୀ, ଦେଶବାସୀଙ୍କ ଦାବି ଅନୁଯାୟୀ ସୁଶାନ୍ତ ସିଂହ ମାମଲାରେ ସିବିଆଇ ତଦନ୍ତକୁ ମଞ୍ଜୁରୀ ମିଳିଛି | ବର୍ତ୍ତମାନ ଦୋଷୀକୁ ଦଣ୍ଡ ମିଳିବ ଏବଂ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି |

   Related Posts