ଫାଟିଗଲା ଇ-ସ୍କୁଟର ବ୍ୟାଟେରୀ: ଜଣେ ମୃତ ,୩ ଆହତ

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ୧୯।୧୨ : ଗୁରୁବାର ରାତିରେ ଗୁରୁଗ୍ରାମର ସେକ୍ଟର- ୪୪ରେ ଏକ ଅଭାବନୀୟ ଘଟଣା ଘଟିଛି। କାନହାଇ ଗ୍ରାମରେ ଥିବା ଏକ କୋଠରୀରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡ ବିସ୍ଫୋରଣରେ ଚାରିଜଣ ଆହତ ହୋଇଥିବା ବେଳେ ୬୦ ବର୍ଷିୟ ବୟଷ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସୂଚନା ଅନୁଯାୟୀ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସ୍କୁଟରଟି ଏକ ବର୍ଷ ବି ହୋଇନଥିଲା, ସେମାନଙ୍କ କୋଠରୀ ବାହାରେ ପାର୍କିଂ କରାଯାଇ ଭିତରୁ ଚାର୍ଜ କରାଯାଉଥିଲା। କିନ୍ତୁ "ଚାର୍ଜିଂ କରିବା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟାଇଥିଲା।ଚାର୍ଜ କରିବା ସମୟରେ ଦୁଇ ଚକିଆ ଯାନ ବିସ୍ଫୋରଣ ହୋଇଛି ବୋଲି ପୋଲିସ କହିଛି।

ଏହି ଅଗ୍ନିକାଣ୍ଡ ବିସ୍ଫୋରଣରେ ସମୟରେ ପୀଡିତ ସୁରେଶ ଏବଂ ତାଙ୍କ ପତ୍ନୀ , ପୁଅ ମନୋଜ୍‌ ସାନପୁଅ ସରୋଜ ଓ ଅନୁଜ ପାଖରେ ଶୋଇଥିଲେ । ଯେତେବେଳେ କଠୋରୀ ଭିତରେ ବିସ୍ଫୋରଣ ହେଲା ଠିକ୍‌ ସେହି ସମୟରେ ତାଙ୍କ କମ୍ବଳରେ ନିଆ ଲଗି ସମଗ୍ର କଠୋରୀକୁ ବ୍ୟାପିଗଲା । ଯେଉଁଥି ପାଇଁ ପୁରା ପରିବାର ଫସି ଯାଇଥିଲେ । ଆଖ ପାଖରେ ଥିବା ପଡୋଶୀ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନେ ତୁରନ୍ତ ଅଗ୍ନିଶମ ବିଭାଗ ଓ ପୋଲିସ୍‌କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.