ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ, ବ୍ୟାପକ ଫସଲ ନଷ୍ଟ, ଭୟରେ ରାତି ଉଜାଗର ଲୋକେ

Published By : Prameya-News7 Bureau | May 24, 2024 IST

ଜି.ଉଦୟଗିରି ୨୪/୫:  ଜି.ଉଦୟଗିରି ବନଖଣ୍ଡ କଳିଙ୍ଗା ଅଞ୍ଚଳର ରେତୁଡି ଗାଁରେ ଉତ୍ପାତ ମଚାଇଛନ୍ତି ହାତୀ ପଲ । ଗୁରୁବାର ବିଳମ୍ବିତ ରାତିରେ ୨୦ରୁ ୨୨ଟି ହାତୀ ଗାଁ ଭିତରକୁ ପଶିଆସିଥିଲେ । ଘଉଡାଇବାକୁ ଯାଇ ହାତୀ ହାବୁଡରେ ପଡିଯାଇଥିଲେ ଗାଁର ଟିକେନ୍ଦ୍ର ପ୍ରଧାନ । ଦନ୍ତା ହାତୀ ଟିକେନ୍ଦ୍ରକୁ ଶୁଣ୍ଢରେ ବୁଲାଇ ବୁଲାଇ ଦୂରକୁ ଫିଙ୍ଗି ଦେଇଥିଲା । 

ହାତୀ କବଳରୁ ବଞ୍ଚିଯାଇଥିଲେ ମଧ୍ୟ ଟିକେନ୍ଦ୍ରଙ୍କର ମୁଣ୍ଡରେ ଆଘାତ ଲାଗିଛି । ଅନେକ ଦିନ ଧରି ଉତ୍ତର ଘୁମୁସର ବନଖଣ୍ଡରୁ  ପ୍ରାୟ ୨୫ରୁ ଅଧିକ ହାତୀ ଆସି ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ହେଉଛି । ହାତୀ ଭୟରେ ଲୋକେ ରାତିରେ ଶୋଇପାରୁନାହାନ୍ତି । ଉଜାଗର ରହି ହାତୀକୁ ଜଗି ରହୁଛନ୍ତି । ହାତୀ ପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରାଯାଉଥିବା କହିଛି ବନ ବିଭାଗ । 

You Can Read :

ପକୁଡ଼ି ମାଗିବାରୁ ନାବାଳିକା ଝିଅକୁ ଠେଙ୍ଗାରେ ପିଟି ମାରିଦେଲା ପିଶାଚିନୀ ମା’, ଡିଜେଲ ଢାଳି ପୋଡିଦେଇଥିଲା ଶବ

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.