ବାଣ ଭିଡୁଥିବାବେଳେ ଜଣେ ଆହତ, ଖଣ୍ଡ ଖଣ୍ଡ ହୋଇଗଲା ହାତ ପାପୁଲି,ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 28, 2024 IST

ଭଞ୍ଜନଗର ୨୮/୧୦: ଦୀପାବଳି ପୂର୍ବରୁ ବିଭିନ୍ନ ସ୍ଥାନରୁ ବାଣ ଭିଡୁଥିବାବେଳେ ଅଘଟଣର ଚିତ୍ର ସାମ୍ନାକୁ ଆସୁଛି । ଭଞ୍ଜନଗର ତାରାସିଂ ଥାନା ଲେମ୍ବେଇ ଗାଁରେ ବାଣ ଭିଡୁଥିବାବେଳେ ହଠାତ ଫୁଟିଯିବାରୁ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଶଙ୍କର ପାତ୍ର । ତାଙ୍କ ଡାହାଣ ହାତ ପାପୁଲି ଖଣ୍ଡ ଖଣ୍ଡ ହୋଇଯାଇଛି । ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା  ଏବେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଶଙ୍କର ତାଳପତ୍ର ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଅସାବଧାନତା ଯୋଗୁ ଏପରି ହୋଇଥିବା କୁହାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.