ଭାଲୁ କାମୁଡ଼ାରେ ଜଣେ ଗୁରୁତର

Published By : Prameya-News7 Bureau | August 05, 2019 IST

ନବରଙ୍ଗପୁର  ୫/୮: ଭାଲୁ କାମୁଡ଼ାରେ ଜଣେ ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର  ଆଶାରାମ ମୁଦୁଲି ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟକୁ ଶୌଚ କରିବାକୁ ଯାଇଥିବା ବେଳେ  ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ଭାଲୁ ମୁହଁରୁ ଆଶାରାମଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । 

{"id":141045}

ଆଶାରାମଙ୍କ ଶରୀରର କ୍ଷତ ଗଭୀର ଓ ଗୁରୁତର ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆଶାରାମଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଛି ।  ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।

{"id":141046}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.