scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହୁମାଛି ନେଲା ଜୀବନ

11/06/2018 at 7:45 AM

ମହୁମାଛି ନେଲା ଜୀବନ । ଗଜପତି ଜିଲ୍ଲା ମୋହନା ସ୍ଥିତ ମାଙ୍କଡଡିଆଁ ଜଳପ୍ରପାତରେ ମହୁମାଛି ଆକ୍ରମଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଯୁବକ ଆହତ ହୋଇଛନ୍ତି । ଆର ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ରବିବାର ଗଂଜାମ ନୂଆଗାଁ ଥାନା ବୀରମେଖପୁର ଗାଁର ୮ ଜଣ ଯୁବକ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ହଠାତ୍ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା । ୭ ଜଣ ଗୁରୁତର ହୋଇ ଚନ୍ଦ୍ରଗିରି ଡାକ୍ତରଖାନାରେ ପହଞ୍ଚି ଥିଲେ ମଧ୍ୟ ଅନ୍ୟ ଜଣେ ସଞ୍ଜୁ ମହାରଣାଙ୍କ ପତ୍ତା ମିଳିନଥିଲା । ସକା​ଳେ ଜଳପ୍ରପାତ ନିକଟରୁ ସଞ୍ଜୁଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଆଖପାଖରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave a Reply

   Related Posts