କଳାହାଣ୍ଡିରେ ଝାଡ଼ାବାନ୍ତି ଆତଙ୍କ; ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | September 28, 2018 IST

କଳାହାଣ୍ଡି ୨୮/୯ : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ପୁଣି ଦେଖିବାକୁ ମିଳିଛି ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ମହୁଲପାଟଣା ପଚଂ।ୟତ ଟିକଲିପଦର ଗାଁର କାମିଲା ନାଏକ । ସେହିପରି ୩ ଜଣ ଗୁରୁତର ଟିକଲିପଦର ଗାଁର କୁମାରୀ ନାଏକ , ସୀତାମଣୀ ମାଝୀ , ସାନମତୀ ମାଝୀ । ଗୁରୁତରମାନେ ମହୁଲପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗାଁକୁ ଥୁଆମୁଳରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆବିନାଶ ରଥ ଓ ଡାକ୍ତରୀ ଦଳ ପହଂଚି ଚିକିତ୍ସା ଜାରୀ ରଖିଛନ୍ତି । ଅସ୍ବାସ୍ଥ୍ୟକର ପରିବେଶ ଓ ଦୁଷିତ ପାନୀୟ ଜଳ ବ୍ୟବହାର ଝାଡାବାନ୍ତିର ମୁଖ୍ୟ କାରଣ ବୋଲି ଡାକ୍ତର ସୁଚନା ଦେଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.