oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଝିମିଟି ଖେଳରୁ ମହାଭାରତ : ପଡିଆ ନିର୍ମାଣକୁ ନେଇ ହତ୍ୟାକାଣ୍ଡ, ସରପଞ୍ଚଙ୍କ ପୁଅ ଅଟକ

13/12/2018 at 6:23 PM

ଭଦ୍ରକ ୧୩|୧୨: ଭଦ୍ରକ ଗ୍ରାମାଞ୍ଚଳଥାନା ଗୋହିରାଣୀ ଗାଁରେ ସାମନ୍ୟ କଥାରୁ ରକ୍ତପାତ । ଷ୍ଟାଡିୟମ ନିର୍ମାଣ କାମ ନେଇ ଛୁରାମାଡ଼ । ଛୁରାମାଡ଼ରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଘଟଣା ପରେ ଗାଁରେ ଉତ୍ତେଜନାଦେଖାଦେଇଥିଲା । ଛୁରାମାଡ଼ ଅଭିଯୋଗରେ ସରପଞ୍ଚଙ୍କ ପୁଅ ଦେବାଶିଷକୁ ଅଟକ ରଖିଛି ପୋଲିସ ।

ଭଦ୍ରକଗ୍ରାମାଞ୍ଚଳ ଥାନା  ଗୋହିରାଣୀ ଗାଁରେ ହତ୍ୟାକାଣ୍ଡ। ଷ୍ଟାଡିୟମ ନିର୍ମାଣ କାମକୁ ନେଇ ଛୁରା ମାଡ଼ । ଜଣେ ପ୍ରାଣ ହରାଇଥିବାବେଳେ , ୫ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଲୋକନାଥ ସେଠୀ । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେଭର୍ତ୍ତି କରାଯାଇଛି । ମିନି ଷ୍ଟାଡିୟମ ନିର୍ମାଣ ପାଇଁ ମିଳିଥିଲା  ତିନି ଲକ୍ଷ ଟଙ୍କାର ୱାର୍କଅର୍ଡର  । ଏହି କାମକୁ ସରପଞ୍ଚଙ୍କ ସମର୍ଥକମାନେ ବିରୋଧକରି ପୂର୍ବରୁ ଧମକ  ଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ପଡିଆକାମ ପାଇଁ ଚାଲିଥିଲା ମାଟିଖୋଳା  । ଏହିସମୟରେ ଆର ଏନ ବେତରା ଗ୍ରାମପଞ୍ଚୟତର ସରପଞ୍ଚ , ତାଙ୍କ ପୁଅ  ଦେବାଶିଷ ଏବଂ ସେମାନଙ୍କସମର୍ଥକ  ଯାଇ କାମକୁ ବିରୋଧ କରିଥିଲେ । ଦେବାଶିଷପାଖରେ ରଖିଥିବା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  ।

ହତ୍ୟାକାଣ୍ଡ ପରେ ଗାଁରେଉତ୍ତେଜନା ଦେଖାଦେଇଥିଲା । ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲା । ସାଇଣ୍ଟିଫିକଟିମକୁ ତଦନ୍ତ ପାଇଁ ଡକାଯାଇଛି । ତେବେ ଲୋକନାଥଙ୍କ ସହ ସରପଞ୍ଚଙ୍କର ପୂର୍ବରୁବିବାଦ  ରହିଥିବା କହିଛନ୍ତି ସମ୍ପର୍କୀୟ ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଦେବାଶିଷକୁ ଅଟକ ରଖିଛି । ଅନ୍ୟ ପଟେ ହତ୍ୟାକାଣ୍ଡ ରେ ଅନ୍ୟକେଉଁମାନଙ୍କ ର ସମ୍ପୃକ୍ତି ରହିଛି ସେ ନେଇ ଚାଲିଛି ତଦନ୍ତ ।

ଝିମିଟି ଖେଳରୁ ମହାଭାରତ ଭଳି ପଡିଆ ନିର୍ମାଣକୁ ନେଇ ହତ୍ୟାକାଣ୍ଡ ହେବା ପରେ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ ।

   Related Posts