scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁନ୍‌ ୨୬ ସୁଦ୍ଧା ହେଲାଣି ଏକ କୋଟି ଆୟକର ଦାଖଲ, ଗତ ବର୍ଷ ଜୁଲାଇ ୮ ସୁଦ୍ଧା ହୋଇଥିଲା ଏତିକି ଆଇଟିଆର ଫାଇଲ

27/06/2023 at 11:22 PM

ନୂଆଦିଲ୍ଲୀ, ୨୭/୦୬: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟକର ଭରିବା ପାଇଁ ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି। କିନ୍ତୁ ଏବେ ଠାରୁ ହିଁ ଆୟକର ଦାଖଲରେ ଦ୍ରୁତ ଭାବରେ ବୃଦ୍ଧି ହୋଇଛି।

ଆୟକର ବିଭାଗ ଟ୍ବିଟ୍ କରି ଏନେଇ ସୂଚନା ଦେଇଛି। ଟ୍ବିଟ୍‌ ଅନୁଯାୟୀ, ୨୬ ଜୁନ୍‌ ୨୦୨୩ ସୁଦ୍ଧା ୧ କୋଟି ଆୟକରଦାତା ସେମାନଙ୍କର ଆୟକର ଦାଖଲ କରିସାରିଲେଣି। ଯେତେବେଳେକି ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ୮ ଜୁଲାଇ ୨୦୨୩ ସୁଦ୍ଧା ୧ କୋଟି ଟ୍ୟାକ୍ସପେୟର୍ସ ଆୟକର ରିଟର୍ଣ୍ଣ ଭରିଥିଲେ। ଆୟକର ବିଭାଗ କହିଛି ଯେ ଏହି ମାଇଲଷ୍ଟୋନ ଗତ ବର୍ଷ ତୁଳପାରେ ୧୨ ଦିନ ପୂର୍ବରୁ ହାସଲ ହୋଇଛି।

ଏହାସହ ଆୟକର ବିଭାଗ ଆୟକରଦାତାଙ୍କୁ ଏହା ଆଶ୍ବସନା ଦେଇଛି ଯେ ଟ୍ୟାକ୍ସପେୟର୍ସଙ୍କ ସୁବିଧା ଏବଂ ଆୟକର ରିଟର୍ଣ୍ଣ ଭରିବାରେ ସରଳତାକୁ ପ୍ରାଥମିକତା ଦିଆଯାଉଛି। ଇନକମ ଟ୍ୟାକ୍ସ ବିଭାଗ ଆୟକରଦାତାଙ୍କୁ ଏହିଭଳି ଭାବରେ ରିଟର୍ଣ୍ଣ ଦାଖଲ ଗତିକୁ ବଜାୟ ରଖିବାକୁ ଅପିଲ୍‌ କରିଛି ଏବଂ ଅନ୍ତିମ ତାରିଖକୁ ରିଟର୍ଣ୍ଣ ଭରିବାରୁ ବର୍ତ୍ତିବାକୁ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: ୧୯ ବର୍ଷ ପରେ ଆସୁଛି ଟାଟାର ଆଇପିଓ, ମିଳିଲା ସେବିର ମଞ୍ଜୁରୀ

   Related Posts