ଜୋର୍ଦାର ଟ୍ରାଫିକ୍ ଚେକିଂ: ୨୪ ଘଣ୍ଟାରେ ୧କୋଟି ଟଙ୍କା ଫାଇନ୍
2/03/2020 at 6:15 PM

ଭୁବନେଶ୍ବର୨/୩: ଲଗାତର ଦ୍ବିତୀୟ ଦିନରେ ବି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ ଜୋରଦାର୍ ହୋଇଛି । ୨୪ଘଣ୍ଟା ଭିତରେ ଟ୍ରାଫିକ୍ ଉଲଂଘନକାରୀଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କାର ଫାଇନ୍ ଆଦାୟ କରାଯାଇଛି । ସୋମବାର ଭୁବନେଶ୍ବରରେ ୨ଟି ବସ୍କୁ ସିଜ୍ କରିଛି ପରିବହନ ବିଭାଗ । ଉଭୟ ଗାଡ଼ିକୁ ୨୫ହଜାର ୫ଶହ ଲେଖାଏଁ ୫୧ହଜାର ଟଙ୍କା ଫାଇନ୍ କରାଯାଇଛି । ସେପଟେ ଗାଡ଼ି ଚେକିଂ ଆଳରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ରାସ୍ତାଘାଟ ସମସ୍ୟାକୁ ଦାୟୀ କରିଛନ୍ତି ଲୋକେ ।
ଜୋର୍ଦାର ହୋଇଛି ଟ୍ରାଫିକ୍ ଚେକିଂ । ୨୪ଘଣ୍ଟା ଭିତରେ ଆଦାୟ ହେଲାଣି ପ୍ରାୟ କୋଟିଏ ଟଙ୍କାର ଫାଇନ୍। ୩ହଜାର ୮୭୦ ଟ୍ରାଫିକ୍ ଉଲଂଘନକାରୀଙ୍କ ଚାଲାଣ କଟିଛି । ଆରଟିଓ ୧୭ଶହ ୫୮ଜଣଙ୍କ ଠାରୁ ୮୮ଲକ୍ଷ ଟଙ୍କା ଫାଇନ୍ ଆଦାୟ କରିଥିବା ବେଳେ ୨୧ଶହ ୧୨ଜଣଙ୍କ ଠାରୁ ୧୮ଲକ୍ଷ ଟଙ୍କା ଆଦାୟ କରିଛି ପୋଲିସ । ସୋମବାର ଭୁବନେଶ୍ବରରେ ୨ଟି ବସ୍କୁ ସିଜ୍ କରିଛି ପରିବହନ ବିଭାଗ । ଉଭୟଗାଡ଼ିକୁ ୨୫ହଜାର ୫୦୦ଲେଖାଏଁ ୫୧ହଜାର ଟଙ୍କା ଫାଇନ୍ କରାଯାଇଛି । ସେପଟେ ଗାଡ଼ି ଚେକିଂ ଆଳରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ରାସ୍ତାଘାଟ ସମସ୍ୟାକୁ ଦାୟୀ କରିଛନ୍ତି ଲୋକେ ।
ଡେଡ୍ଲାଇନ୍ ସରୁ ସରୁ ରାଜ ରାସ୍ତାରେ ଟ୍ରାଫିକ୍ ଚେକିଂକୁ ଜୋର୍ଦାର୍ କରିଦେଇଛି ପରିବହନ ବିଭାଗ ଓ ପୋଲିସ । ସେପଟେ ଆରଟିଓ ଅଫିସରେ କର୍ମଚାରୀ ନାହାନ୍ତି । ଏପଟେ ପାର୍କିଂ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ କେବଳ ଫାଇନ୍ ଆଦାୟକୁ ଏବେ ଯେମିତି ଟାର୍ଗେଟ୍ କରିଛି ପରିବହନ ବିଭାଗ ।
ଏଭଳି ପରିସ୍ଥିତିରେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା, କୁଆଡ଼େ ଧନଜୀବନ ସୁରକ୍ଷା ସରକାରଙ୍କ ଲକ୍ଷ୍ୟ । ନୂଆ ନିୟମ ଦ୍ବାରା ସେପ୍ଟେମ୍ବରରୁ ଦୁର୍ଘଟଣା ହାର ୫୦ପ୍ରତିଶତ କମିଛି । ଲୋକଙ୍କ ହିତ ପାଇଁ ଆଇନ୍ ହୋଇଛି । ଆରଟିଓମାନଙ୍କୁ ଲୋକଙ୍କ ସହ ଭଦ୍ର ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି । ଲୋକଙ୍କୁ ୬ମାସ ସମୟ ଦିଆଯିବା ପରେ ପୁଣି କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟମ । ଏହାକୁ ନେଇ ସାଧାରଣ ଲୋକ ମଧ୍ୟ ସଚେତନ ହେବା ଜରୁରୀ ।