ବାଲିଗୁଡାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
6/10/2018 at 11:26 AM

ବାଲିଗୁଡା ୬/୧୦ : ଭାଲୁ ଆକ୍ରମଣରେ ଜଣେ ଗୁରୁତର । କନ୍ଧମାଳ ଜିଲ୍ଲା କ ନୂଆଗାଁ ରେଞ୍ଜ ଅଧିନସ୍ଥ ଦାସିଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ସେହି ଗାଁର ପ୍ରେମାନନ୍ଦ ଶୌଚ ପାଇଁ ଗାଁ ନିକଟସ୍ଥ ନାଳକୁ ଯାଇଥିଲେ । ହଠାତ୍ ଏକ ଭାଲୁ ଆସି ପ୍ରେମାନନ୍ଦଙ୍କୁ କାମୁଡି ଦେଇଥିଲା ଫଳରେ ପ୍ରେମାନନ୍ଦଙ୍କ ମୁଣ୍ଡ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ପ୍ରଥମେ ସାରଂଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023