ପ୍ରଚଣ୍ଡ ଗୁଳୁଗୁଳି ଓ ତାତିରେ ହନ୍ତସନ୍ତ ରାଜ୍ୟବାସୀ, ୧୧.୩୦ ସୁଦ୍ଧା ୩୭ ଟପିଲା ରାଜଧାନୀର ପାରଦ

Published By : Prameya-News7 Bureau | May 30, 2023 IST

ଭୁବନେଶ୍ୱର ୩୦/୦୫: ପ୍ରଚଣ୍ଡ ଗୁଳୁଗୁଳି ଓ ତାତିରେ ହନ୍ତସନ୍ତ ରାଜ୍ୟବାସୀ । ଆଜିବି ବିଭିନ୍ନ ସ୍ଥାନରେ ଅସହ୍ୟ ଗରମରେ ଛଟପଟ ଜାବଜଗତ । ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର, ଝାରସୁଗୁଡାରେ ସର୍ବାଧିକ ୩୯.୪ ଡ଼ିଗ୍ରୀ ରେକର୍ଡ ହୋଇଛି । ସେହିଭଳି ରାଜଧାନୀରେ ୩୭ ଡିଗ୍ରୀ ଛୁଇଁଲା ପାରଦ ।

ହୀରାକୁଦରେ ୩୯.୨ ଡ଼ିଗ୍ରୀ , ଚାନ୍ଦବାଲି: ୩୭.୦ ଡ଼ିଗ୍ରୀ , କେନ୍ଦୁଝର: ୩୬.୨ ଡ଼ିଗ୍ରୀ , ବାଲେଶ୍ୱର: ୩୫.୬ ଡ଼ିଗ୍ରୀ , ପୁରୀ: ୩୫.୪ଡ଼ିଗ୍ରୀ, ଗୋପାଳପୁର: ୩୩.୮ ଡ଼ିଗ୍ରୀ ଓ ପାରାଦୀପରେ ୩୩.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।

wp:embed {"url":"https://www.prameyanews7.com/ganja-seized-from-car-in-lamtaput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganja-seized-from-car-in-lamtaput/
/wp:embed

ସୂଚନା ଥାଉକି, ରାଜ୍ୟରେ ଜାରି ରହିଛି ତାତିର ପ୍ରକୋପ । ତେବେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । କିନ୍ତୁ ଏହି କାଳବୈଶାଖୀ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ରହିବ । ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ କାଳବୈଶାଖୀ ତାର ପ୍ରକୋପ ଦେଖାଇବ । ତେବେ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି । ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.