ରାଉରକେଲା ଷ୍ଟିଲ ପ୍ଲାଂଟ ବର୍ଜ୍ୟ ନାଳରେ ନିଖିଜ ୫ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 10, 2018 IST

ରାଉରକେଲା ଶୀତଳପଡ଼।ର ୫ ଯୁବକ ଗତ ତିନି ତାରିଖରେ ଷ୍ଟିଲ ପ୍ଲାଂଟ ଭିତରକୁ ଚୋରୀ କରିବା ଉଦେଶ୍ୟରେ ଯାଇ ନିଖୋଜ ହୋଇଯାଇଥିଲେ । ଗତ ୮ ତାରିଖରେ ନିଖୋଜ ରାଜୁ ନାଏକଙ୍କ ସ୍ତ୍ରୀ ରାଜ ମୁନି ନାଏକ ଉଦିତ ନଗର ଥାନାରେ ନିଖୋଜର ଲିଖିତ ଅଭିଯୋଗ କରିବା ସହ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ । ଉଦିତ ନଗର ପୋଲିସ ସହ ଟାଙ୍ଗରପାଲି ପୋଲିସ ଷ୍ଟିଲ ପ୍ଲାଂଟ ଭିତରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଗତ କାଲି ଉଦିତ ନଗର ପୋଲିସ, ଟାଙ୍ଗରପାଲି ପୋଲିସ, ଓଡ୍ରାଫ ଟିମ୍, ଦମକଳ ବାହିନୀ ମିଳିତ ଭାବରେ ଆରମ୍ବ କରିଦେଇଥିଲେ ଉଦ୍ଧାର କାର୍ଯ୍ୟ । ବହୁ ପରିଶ୍ରମ ପରେ ଗତକାଲି ସଂଧ୍ୟାରେ ୫ ଜଣ ନିଖୋଜ ଯୁବକଙ୍କ ମଧ୍ୟରୁ ଗହନ ଲୋହାରର ମୃତ ଦେହ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.