କାର୍ଯ୍ୟରେ ଅବହେଳା, ଏଏସଆଇଙ୍କ ସହିତ ୪ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍ପି
18/08/2022 at 11:03 PM

ମାଲକାନଗିରି,୧୮/୮: କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏଏସଆଇଙ୍କ ସହିତ ୪ ଜଣ କନେଷ୍ଟବଳ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ପୋଲିସ ଫାଣ୍ଡିର ଜଣେ ଏଏସଆଇଙ୍କ ସହିତ ଅନ୍ୟ ୪ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ଆଜି ନିଲମ୍ବିତ କରିଛନ୍ତି ମାଲକାନଗିରି ଏସ୍ପି ନିତେଶ ୱାଧନୀ ।
ସୂଚନା ଅନୁଯାୟୀ କୁଡୁମୁଳୁଗୁମ୍ମା ପୁଲିସ ଫାଣ୍ଡିର ଏଏସଆଇ କମଳ ଲୋଚନ ନାୟକଙ୍କ ଓ ଅନ୍ୟ ୪ ଜଣ କନେଷ୍ଟବଳ ମନମୁଖୀ ଭାବେ ରାସ୍ତାରେ ଗାଡ଼ି ଅଟକାଇବା ଓ ସନ୍ଦେହଜନକ ଗାଡିକୁ ଛାଡ଼ିଦେବା ସହ ନିଜ କାର୍ଯ୍ୟରେ ଅବହେଳା କରୁଥିବାର ଅଭିଯୋଗ ହୋଇଥିଲା । ଏନେଇ ଏସ୍ପି ପୋଲିସ ଫାଣ୍ଡିକୁ ଅଚାନକ ଭାବେ ପରିଦର୍ଶନ କରିବା ସହ ତଦନ୍ତ କରିଥିଲେ । ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ଏହି ୫ଜଣଙ୍କୁ କାର୍ଯ୍ୟରୁ ଆଜି ନିଲମ୍ବିତ କରିଥିବା ଜଣାପଡିଛି।