ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ହାତୀ ଦାନ୍ତ ଚାଲାଣ ବେଳେ ଅଭିଯୁକ୍ତକୁ ମାଡ଼ିବସିଲା ବନ ବିଭାଗ

11/02/2023 at 11:27 PM

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ୍‌ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟରେ ହାତୀ ଦାନ୍ତ ଚାଲାଣ କରୁଥିବା ବେଳେ ଅଭିଯୁକ୍ତକୁ ମାଡ଼ି ବସିଲା ଘଟଗାଁ ବନ ବିଭାଗ। କେନ୍ଦୁଝର ଏସିଏଫ୍ ଘନଶ୍ୟାମ ମହାନ୍ତ ନେତ୍ରୁତ୍ୱରେ ଏହି ଚଢ଼ାଉ ହୋଇଛି। ଘଟଣାସ୍ଥଳରୁ ୨ଟି ହାତୀ ଦାନ୍ତ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି।

ହାତୀ ଦାନ୍ତ ଚାଲାଣ ନେଇ ଘଟ ଗାଁ ବନ ବିଭାଗ ବିଶେଶ ସୂତ୍ରରୁ ଖବର ପାଇବା ପରେ ଗତକାଲି ଠାରୁ ଅଭିଯୁକ୍ତକୁ ଧରିବାକୁ ପିଛା କରିଥିଲା। ଆଜି ଅପରାହ୍ନରେ ଘଟଗାଁ ଅନ୍ତର୍ଗତ ମେଲାଣ ଗ୍ରାମ ନିକଟବର୍ତ୍ତି ଏନ୍.ଏଚ୍ ୨୦ ରାସ୍ତା ଉପରୁ ଚାଲାଣକାରୀକୁ ଧରିବାରେ ସଫଳ ହୋଇଛି ବିଭାଗ।

ଜବତ ହୋଇଥିବା ଦାନ୍ତ ଦୁଇଟିର ଓଜନ ୧୦ କିଲୋ ୭୫୦ଗ୍ରାମ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ଏଭଳି କାର୍ଯ୍ୟ ପଛରେ ଏକ ବଡ ରାକେଟ୍ କାମ କରୁଛି। ଯେଉଁ ଅଭିଯୁକ୍ତମାନେ ଏହି କାଣ୍ଡରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି ସାମ୍ବାଦିକ ସମ୍ମିଳନୀର କରି ସୂଚନା ଦେଇଛନ୍ତି।

   Related Posts