ଦାଦାବଟିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ଗିରଫ, ଜଣେ ଫେରାର୍
17/03/2023 at 10:35 AM

ଧର୍ମଗଡ ୧୭/୦୩: ଦାଦାବଟି ଘଟଣାକୁ କେନ୍ଦ୍ର କରି ଜଣେ ଗିରଫ ଆଉ ଜଣେ ଫେରାର । ଅଭିଯୋଗ ଅନୁଯାୟୀ ଭବାନୀପାଟଣା ତାରିଣୀ ମନ୍ଦିର ପଡାର ଅଶୋକ ନେଗୀଙ୍କ ଘରକୁ ଯାଇ ଦୁଇ ଜଣ ଦୁର୍ବୃତ୍ତ ଧମକ ଚମକ ଦେଇ ଟଙ୍କା ମାଗୁଥିଲେ । ଅଶୋକ ନେଗୀ ଦୁଇ ଜଣଙ୍କୁ ଘରେ ପୁରାଇ ପୋଲିସକୁ ଖବର ଦେଇଥିଲେ ।
ପୋଲିସ pcr ଆସି ଜଣକୁ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଥିଲେ । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ସହରର ପ୍ରବୀଣ ତାଣ୍ଡି । ତେବେ ଏହି ଘଟଣାରେ ପୀଡିତ ଅଶୋକ ନେଗୀ ଟାଉନ ଥାନାରେ ଏତଲା ଦେବା ପାଇଁ ଯାଇଥିବା ସମୟରେ ଟାଉନ ଥାନା ରେ କାର୍ଯ୍ୟରତ ASI ପଙ୍କଜ କୁମାର ତାଣ୍ଡି ପୀଡିତ ଅଶୋକ ନେଗୀଙ୍କୁ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଛାଡି ଦେବାକୁ କହିଥିଲେ ।
ପୀଡିତ ଅଶୋକ ନେଗୀ ASI ପଙ୍କଜ ତାଣ୍ଡିଙ୍କ କଥା ନ ମାନି ଏତଲା ଦେଇଥିବାରୁ ତାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିବା ଅଭିଯୋଗ କରି ଏଏସ୍ଆଇ ଙ୍କ ବିରୋଧରେ ମଧ୍ୟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ଅଶୋକ ନେଗୀ l ସେପଟେ ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି l