ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ବସ୍‌କୁ ଅପେକ୍ଷା କରିଥିଲେ ଯୁବକ, ପଲ୍‌ସରରେ ଆସି ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 06, 2022 IST

ଜଳେଶ୍ୱର, ୦୬/୦୭: ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପଲ୍‌ସରରେ ଆସି ୧ଲକ୍ଷ ୮୦ହଜାର ଝାମ୍ପି ନେଲେ ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗର ମୋହନପୁର ଥାନା ଘୋଳି ଗ୍ରାମର ବିନୟ ନାୟକ ଆଜି ଦିନ ପାଖାପାଖି ୧୨ଟା ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଜଳେଶ୍ୱର ଆକ୍ସିସ ବ୍ୟାଙ୍କରୁ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ବଡ଼ବଜାର ଛକରେ ଘରକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ ।

ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲ୍‌ସର୍‌ରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ । ବିନୟ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଜଳେଶ୍ୱର ଥାନା ଅଂଚଳରେ ଦିନକୁ ଦିନ ରାହାଜାନି, ଛିନ୍‌ତାଇ ବଢି ଚାଲିଥିଲା ବେଳେ ପୋଲିସର ନୀରବତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.