ବିଦେଶୀ ହେଉଛନ୍ତି ଭାରତୀୟ ଧନୀ, ଚଳିତ ବର୍ଷ ୧.୮୨ ଲକ୍ଷ ଛାଡିଲେନି ଭାରତର ନାଗରିକତା

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୧,୮୩,୭୪୧ ଜଣ ଭାରତୀୟ ନାଗରିକତା ଛାଡିଛନ୍ତି ଏବଂ ବିଦେଶରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଡାଟା ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ହୋଇଥିବା ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରଣ ଶୁକ୍ରବାର ଲୋକସଭାରେ ସୂଚନା ଦେଇଛନ୍ତି । କଂଗ୍ରେସ ସାଂସଦ ଅବଦୁଲ ଖାଲିକଙ୍କ ପ୍ରଶ୍ନର ଜବାବରେ ଏହି ସୂଚନା ଦେଇଛନ୍ତି । ତେବେ ୨୦୧୫ ପରଠୁ ଚଳିତ ବର୍ଷ ସବୁଠୁ ଅଧିକ ଲୋକ ଭାରତର ନାଗରିକତା ଛାଡିଛନ୍ତି ।

୨୦୧୫ରେ ମୋଟ ୧,୩୧,୪୮୯ ଜଣ ଭାରତୀୟ ନାଗରିକତା ଛାଡିଥିଲେ । ୨୦୧୬ରେ ୧,୪୧,୬୦୩ ଜଣ ନିଜ ମାତୃଭୂମି ଛାଡି ବିଦେଶୀରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୭ରେ ୧,୩୩,୦୪୯ ଏବଂ ୨୦୧୮ରେ ୧,୩୪,୫୬୧ ଜଣ ଭାରତୀୟ ନାଗରିକତା ଛାଡିଥିଲେ । ୨୦୧୯ରେ ଏହି ସଂଖ୍ୟା ୧,୪୪,୦୧୭ ଥିବାବେଳେ ୨୦୨୦ରେ ୮୫,୨୫୬ ଜଣ ଭାରତୀୟ ନାଗରିକତା ଛାଡିଥିଲେ । ଏହାପରେ ୨୦୨୧ରେ ପୁଣି ଏହି ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚି ୧,୬୩,୩୭୦ରେ ପହଞ୍ଚିଥିଲା । ବିଦେଶ ରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହା ପୂର୍ବରୁ ୨୦୧୧ରୁ ୨୦୧୪ ମଧ୍ୟରେ ପ୍ରତି ବର୍ଷ ଦେଢ ଲକ୍ଷ ଲୋକ ଭାରତର ନାଗରିକତା ଛାଡିଥିଲେ ଏବଂ ବିଦେଶରେ ରହିବା ନେଇ ନିଷ୍ପତ୍ତି ନେଇଥିଲେ । ତେବେ ନାଗିରକତା ଛାଡି ଯାଇଥିବା ଲୋକେ ଏଠାରୁ କେତେ ସମ୍ପତ୍ତି ନେଇ ଯାଇଛନ୍ତି, ତାର ତଥ୍ୟ ସରକାରଙ୍କ ପାଖରେ ନଥିବା ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.