scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୋଗ ଦିବସରେ ବିଶ୍ଵ ରେକର୍ଡ କଲା ସୁରଟ, ଯୋଗ ଦେଲେ ଏକକାଳୀନ ୧.୫୩ ଲକ୍ଷ ଲୋକ

21/06/2023 at 6:15 PM

ସୁରଟ: ସମଗ୍ର ବିଶ୍ଵରେ ଜୁନ ୨୧ ତାରିଖ ବିଶ୍ଵ ଯୋଗ ଦିବସ ପାଳନ କରାଯାଉଛି। ଭାରତରେ ମଧ୍ୟ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି। ଏହିକ୍ରମରେ ଗୁଜରାଟର ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମ ବିଶ୍ଵ ରେକର୍ଡ କରିଛି। କାର୍ଯ୍ୟକ୍ରମ ସ୍ଥଳରେ ଏକକାଳୀନ ୧.୫୩ ଲକ୍ଷ ଲୋକ ଯୋଗ ଦେଇ ଯୋଗ କରିଛନ୍ତି।

ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ସୂଚନା ଦେଇଛି ଯେ, ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧.୫୩ ଲକ୍ଷ ଲୋକ ଯୋଗ ଦେଇଥିଲେ। ଏହା ପୂର୍ବରୁ ଏହି ରେକର୍ଡ ରାଜସ୍ଥାନର କୋଟା ସହର ନାମରେ ଥିଲା। ୨୦୧୮ରେ କୋଟାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ୧ ଲକ୍ଷ ୯୮୪ ଜଣ ଯୋଗ ଯୋଗ କରିଥିଲେ।

Yoga Day event in Surat set new Guinness World Record: Minister Harsh  Sanghavi | Latest News India - Hindustan Times

ଏବେ ଏହାର ରେକର୍ଡ କାଟିଛି ସୁରଟ। ଗୁଜରାଟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଘଭି  କହିଛନ୍ତି, ସୁରଟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଥିଲେ। ସୁରଟର ଦୁମାସ ଅଞ୍ଚଳରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଯୋଗ ଦେଇଥିଲେ।

ରାଜ୍ୟ ସରକାର ଯୋଗ କାର୍ଯ୍ୟକ୍ରମରେ ଓ.୨୫ ଲକ୍ଷ ଲୋକ ଯୋଗ ଦେବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡ ସ୍ପଷ୍ଟ କରିଛି ଯେ, ୧.୫୦ ଲକ୍ଷରୁ ଅଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ରହି ଯୋଗ କରିଥିଲେ ବୋଲି ସୁରଟ ମ୍ୟୁନିସିପାଲଟି କମିଶନର ଶାଲିନି ଅଗ୍ରଓ୍ଵାଲ୍ କହିଛନ୍ତି।

Yoga day event in Surat has set Guinness World Record, says Gujarat  minister Sanghavi | Deccan Herald

କାର୍ଯ୍ୟକ୍ରମ ପରେ ସେଠାରେ ଉପସ୍ଥିତ ଗିନିଜ୍ ବୁଲ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡର ପ୍ରତିନିଧି ନୂତନ ବିଶ୍ଵ ରେକର୍ଡ ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଛି ବୋଲି ସୁରଟ ଜିଲ୍ଲାପାଳ ଆୟୂଷ ଓକା କହିଛନ୍ତି। ଯୋଗ ସେସନରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ  କ୍ୟୁଆର କୋଡ୍ ସହ ଏକ ରିଷ୍ଟବ୍ୟାଣ୍ଡ ଦିଆଯାଇଥିଲା, ଯାହା ଏଣ୍ଟ୍ରି ସମୟରେ ସ୍କାନ କରାଯାଇଥିଲା।

ଏ ଖବର ପଢନ୍ତୁ- ଟେସ୍‌ଲା CEOଙ୍କ ଲାଗି ଲକିଚାର୍ମ ସାବ୍ୟସ୍ତ ହେଲେ ମୋଦି, ମାତ୍ର କିଛିମିନିଟ୍‌ର ଆଲୋଚନାରୁ ମସ୍କଙ୍କୁ ମିଳିଲା ୮୨ ହଜାର କୋଟିର ଲାଭ

   Related Posts