ଆସନ୍ତାକାଲିର ରାଶିଫଳ, ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | July 05, 2022 IST

ମେଷ– ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ । କୌଣସି ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ମନରେ ଉଙ୍କି ମାରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ-ଅର୍ଥ ହାନୀ ହେବ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ –ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ, କିନ୍ତୁ ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି । ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ଯେକୌଣସି ସୂତ୍ରରୁ ଧନ ମିଳିବ । ଶାସ୍ତ୍ରାଭ୍ୟାସୀ ଓ ଉପଯୁକ୍ତ ମନ୍ତ୍ରଣାଦାତା ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ବ୍ୟାୟାମ୍ କରନ୍ତୁ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ - ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡିବେ, କିନ୍ତୁ କୌଣସି କାମ ଅଟଜିବ ନାହିଁ । ଘରକୁ ବିଳାସ ଦ୍ରବ୍ୟ ଆଣି ପାରନ୍ତି । ସୁଖୀ ଓ ସମ୍ମାନୀତ ହେବେ । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ପ୍ରାପ୍ତ ହୋଇପାରେ । ଦୀର୍ଘ ଦିନର ଆଶାପୂରଣ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୭ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ-ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ-ସଫଳତା ମିଳିବ ।
ଗୃହିଣୀ-ସୁଖଭାରା ଦିନଟି ।

କର୍କଟ – ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଘରେ ବିତର୍କକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇ ପାରେ । ପେଟରେ ବ୍ୟଥା ଅନୁଭବ କରିପାରନ୍ତି । କାର୍ଯ୍ୟ କ୍ଷେତ୍ର କଷ୍ଟସାଧ୍ୟ ହୋଇପାରେ । ଆୟ ବୃଦ୍ଧିର ସୂଚନା ମିଳୁଥିବା ବେଳେ ବ୍ୟୟ ବୃଦ୍ଧିକୁ ରୋକି ହେବ ନାହିଁ । ଆକସ୍ମିକ ଭାବେ ଲାଭବାନ୍ ହେବେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୩ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ସିଂହ – ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ଦୁଶ୍ଚିନ୍ତା ବଢିଯାଇପାରେ । ମାଲିମୋକଦ୍ଦମାରେ ଜିତାପଟ୍ ନେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଚଞ୍ଚଳ ଚେଷ୍ଟିତ ଓ ସାରକାରଙ୍କ କୃପାପାତ୍ର ହେବେ । ସାଧନାରେ ସିଦ୍ଧିପ୍ରାପ୍ତ କରିବେ । ବସ୍ତ୍ର-ଭୂଷଣ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-ଅର୍ଥ ହାନୀ ହେବ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା –ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କତା କହିବେ । ଅର୍ଥାଗମ ଓ ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବିଭାଗୀୟ ଅର୍ଥ ପାଇବାର ସୂଚନା ମିଳୁଛି । କୀର୍ତ୍ତିମାନ୍ ଓ ବହୁ ଧନର ଅଧିକାରୀ ହେବେ । ଶୁଭ ରଙ୍ଗ ମେଟାଲିକ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ତୁଳା –କର୍ମକ୍ଷେତ୍ରରେ ଶେହ ସମୟରେ ଆପଣଙ୍କ ପାଇଁ ବିଚାର ବଦଳି ଯାଇପାରେ । ସତର୍କତା ଆପଣଙ୍କ ପାଇଁ ଉପାଦେୟ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜା ପାଇଁ ତତ୍ପରତା ପ୍ରକାଶ କରିବେ । ଉପୁଜିଥିବା ସମସ୍ୟା ଦୂର ହୋଇପାରେ । ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବିଛା – ଅଧିକାଂଶ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ । ନୂତନ ନିଯୁକ୍ତିର ସୁଯୋଗ ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇ ପାରେ । ସ୍ୱାଭିମାନି ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶାସ୍ତ୍ରପଡୁ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।
ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ଧନୁ –ମନ ବିଚଳିତ ରହିବ, କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍ ହୋଇଯିବ । ଆତ୍ମବିଶ୍ୱାସ ବଢାଇ ପାରନ୍ତି । ବନ୍ଧୁ ମିଳନ ଆପଣଙ୍କ ପାଇଁ କଲ୍ୟାଣମୂଳକ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆର୍ଥିକସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମକର –ଜମା ଭଲ ପଡୁ ନ ଥିବା ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ଯେତେ ସାବଧାନ୍ ରହିଲେ ମଧ୍ୟ ଆପଣଙ୍କ ଗୋପନ ତଥ୍ୟ ପ୍ରକାଶ ପାଇ ଯାଇପାରେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇପାରନ୍ତି । ସର୍ବତ୍ର ଶୁଭ ଆଶାକରାଯାଏ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ଅର୍ଥ ଲାଭ ହେବ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କୁମ୍ଭ - ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ ।ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହେଲେ ବି ତା’ ଆଶୁ ସମାଧାନ କରିବାରେ ସକ୍ଷମ ଓ ଚଞ୍ଚଳ ପ୍ରକୃତିର ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୭ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ମୀନ - ଭାବପ୍ରବଣତାରେ ଭାସିଯାଇ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ ।ଚିନ୍ତା ଦୂରେଇ ଯିବ । ଚିନ୍ତାଧାରା ଉନ୍ନତମାନର ହେବ । ପିଲାମାନେ ବିଳାସୀ ହୋଇପାରନ୍ତି । କୃଷିକାର୍ଯ୍ୟରେ ମନ ଦେବେ । ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ ପାଇବ । ନିନ୍ଦୁକମାନଙ୍କ ମୁଖ ବନ୍ଦ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.