ଜାନୁଆରୀରେ ୧୦୧ କମ୍ପାନିରୁ ଗଲାଣି ୨୫୦୦୦ ଚାକିରି, ଜାଣନ୍ତୁ ଷ୍ଟାର୍ଟଅପ୍ସରେ ଛଟେଇର କାରଣ

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ: ୨୦୨୨ ପରି ୨୦୨୩ ମସିହାରେ ମଧ୍ୟ ବୈଶ୍ୱସ୍ତରରେ କମ୍ପାନି ଗୁଡିକ ମନ୍ଦାବସ୍ଥାକୁ ନେଇ ଭୟଭିତ ଅଛନ୍ତି । ବର୍ଷର ପ୍ରଥମ ମାସରେ ହିଁ ଆମାଜନ, ଟ୍ୱିଟର, ଓଲା ସହ ବହୁ ବଡ଼ ବଡ଼ କମ୍ପାନି ବଡ଼ ଧରଣର ଛଟେଇ ନେଇ ଘୋଷଣା କରିଛନ୍ତି । ଟେକ୍ କମ୍ପାନି ଗୁଡିକ କରୋନା ସଂକଟ ପରେ ୨୦୨୨ରେ ରାଜସ୍ୱ ହ୍ରାସ ଏବଂ ମାନ୍ଦାବସ୍ଥାର ଭୟରେ ରହିଥିଲେ । ଏହାର ପରିମାଣ ସ୍ୱରୁପ ଆମାଜନ, ଟ୍ୱିଟର, ମେଟା, ଆପଲ ଏବଂ ଗୁଗଲ ପରି ବଡ଼ ବଡ଼ କମ୍ପାନି ମଧ୍ୟ ନିଜର ଖର୍ଚ୍ଚ କାଟ କରିବା ପାଇଁ ଛଟେଇର ମାର୍ଗ ବାଛିଲେ । ୨୦୨୨ ମସିହା ବିତି ସାରିଛି, କିନ୍ତୁ ୨୦୨୩ରେ ମଧ୍ୟ ସ୍ଥିତି ସୁଧୁରିଥିବା ଦେଖିବାକୁ ମିଳୁନି ।

ଜାନୁଆରୀ ଆରମ୍ଭରେ ଗଲାଣି ୨୫ ହଜାର ଚାକିରି

ଆମାଜନ ପୂର୍ବରୁ ହିଁ ବଡ଼ ସଂଖ୍ୟାରେ ଲୋକଙ୍କୁ ଛଟେଇ କରିବା ନେଇ ଘୋଷଣା କରିସାରିଛି । ଟ୍ୱିଟର ମଧ୍ୟ ଅଲଗା ଅଲଗା ପର୍ଯ୍ୟାୟରେ ଲୋକଙ୍କୁ କମ୍ପାନିରୁ ବାହାର କରିସାରିଛି । ଏପରି କି ଭାରତୀୟ କମ୍ପାନି ଗୁଡିକ ଓଲା, ଡୁଞ୍ଜୋ ଏବଂ ସେୟାରଚାଟ୍ ମଧ୍ୟ ଖର୍ଚ୍ଚ କମ କରିବା ପାଇଁ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିସାରିଛନ୍ତି । Layoffs.fyi ନାମକ ଏକ ୱେବସାଇଟର ଡାଟା ଅନୁସାରେ ସାରା ଦୁନିଆରେ ୨୦୨୩ ଜାନୁଆରୀ ମାସ ପ୍ରଥମ ୧୫ ଦିନରେ ୧୦୧ ଟେକ୍ କମ୍ପାନି ୨୫,୪୩୬ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରିଛନ୍ତି ।

୨୦୨୨ରେ ଭାରତୀୟ ଷ୍ଟାର୍ଟଅପ ୨୦ ହଜାର ଲୋକଙ୍କୁ କରିଛନ୍ତି ଛଟେଇ

ଭାରତର ଷ୍ଟାର୍ଟଅପ୍ସ କମ୍ପାନି ଗୁଡିକ ମଧ୍ୟ ଗତ ବର୍ଷ ପରି ଚଳିତ ବର୍ଷ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ଷ୍ଟାର୍ଟଅପ୍ସ କମ୍ପାନି ଗୁଡିକ ଗତ ବର୍ଷ ୨୦ ହଜାର ଲୋକଙ୍କୁ କାମରୁ ଛଟେଇ କରିଛନ୍ତି । ସୋମବାର ଜାନୁଆରୀ ୧୬ରେ ଷ୍ଟାର୍ଟଅପ ସେୟାରଚାଟ୍ ମଧ୍ୟ ନିଜର ୨୦ ପ୍ରତିଶତ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରିଥିଲା । ଏହି ଛଟେଇରେ ୫୦୦ ଜଣଙ୍କ ଚାକିରି ଯାଇଥିବା କୁହାଯାଉଛି ।

ମହାମାରୀ ସମୟରେ ବିନା ବିଚାର କରି କରାଯାଇଥିଲା ହାୟରିଂ

ବଜାରର ବିଗୁଡିଥିବା ସ୍ଥିତି ଏହି ଛଟେଇ ପଛର କାରଣ ବୋଲି କୁହାଯାଉଛି । କରୋନା ମହାମାରୀ ସମୟରେ ଲକଡାଉନ ଯୋଗୁଁ ଅନଲାଇନ ସେବା ପ୍ରତି ଲୋକଙ୍କ ଚାହିଦା ବଢିଥିଲା । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ଷ୍ଟାର୍ଟଅପ୍ସ କମ୍ପାନି ଗୁଡିକ ଅଧିକ ନିଯୁକ୍ତି ଦେଲେ । ବଡ଼ ସଂଖ୍ୟାରେ ଘରେ ବସି ଲୋକଙ୍କୁ ନିଯୁକ୍ତି ଦିଆଗଲା ଏବଂ ୱାର୍କ ଫର୍ମ ହୋମ ଜରିଆରେ କାମ କରିବା ଆରମ୍ଭ କଲେ । କରୋନା ସଂକଟ ପରେ ବଜାର ଖୋଲିବା ପରେ ୨୦୨୨ରେ ସ୍ଥିତି ବଦଳିଥିଲା । ବଜାର ଖୋଲିବା ପରେ କିଣିବା ପାଇଁ ଲୋକମାନେ ବାହାରକୁ ଆସିଲେ । ଫଳରେ କମ୍ପାନି ଗୁଡିକର ସେଲ୍ସ ଗ୍ରାଫ ହ୍ରାସ ହେବାରେ ଲାଗିଲା ।

କମ୍ପାନି ଗୁଡିକର ନିଯୁକ୍ତି ପ୍ରକ୍ରିୟାରେ ୪୪ ପ୍ରତିଶତ ଯାଏ ହ୍ରାସ

ଏଚଆର ଫର୍ମା ସିଆଇଇଏଲ ଅନୁସାରେ ୨୦୨୨ ଆରମ୍ଭ ତୁଳନାରେ ବର୍ଷ ଶେଷରେ କମ୍ପାନି ଗୁଡିକର ନିଯୁକ୍ତି ପ୍ରକ୍ରିୟାରେ ୪୪ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ଏଚଆର ରିସ୍କ ମ୍ୟାନେଜମେଣ୍ଟ ଫର୍ଜ ଟିଆରଏସଟି ସ୍କୋରର ସୁଧାକର ରାଜାଙ୍କ ଅନୁସାରେ, କରୋନା ସଂକଟ ସମୟରେ କମ୍ପାନ ଗୁଡିକ ବଡ଼ ବଡ଼ ଅଫର ଦେଇ ଲୋକଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କମ୍ପାନି ଗୁଡିକୁ ଛଟେଇ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.