‘ଡାକିଲେ ବି ମୁଁ ଯିବିନି... ତାଙ୍କ ପାଖରେ ବସିବା ପାପ’: ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା

Published By : Prameya-News7 Bureau | May 11, 2024 IST

HT

କୋଲକାତା: ଡାକିଲେ ବି ମୁଁ ଯିବିନି... ତାଙ୍କ ପାଖରେ ବସିବା ପାପ। ପଶ୍ଚିମବଙ୍ଗର ରାଜ୍ୟପାଳ ଆନନ୍ଦ ବୋଷଙ୍କୁ କଡ଼ା ଭାଷାରେ ବର୍ଷିଲେ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ହୁଗୁଳିରେ ଟିଏମସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅବସରରେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ ସେ କାହିଁକି ଇସ୍ତଫା ଦେବେ ନାହିଁ ତାହା ବ୍ୟାଖ୍ୟା କରିବା ଉଚିତ। ଯେପର୍ଯ୍ୟନ୍ତ ସିଭି ଆନନ୍ଦ ବୋଷ ରାଜ୍ୟପାଳ ରହିବେ, ସେ ରାଜ ଭବନରେ ପାଦ ଦେବେ ନାହିଁ।

ସେ ଆହୁରି କହିଛନ୍ତି, "ରାଜ୍ୟପାଳ କହିଛନ୍ତି ଯେ ଧମକଚମକକୁ ବରଦାସ୍ତ କରାଯିବ ନାହିଁ। କିନ୍ତୁ ମୁଁ କହୁଛି ଏଠାରେ ଆପଣଙ୍କ ଧମକକୁ ଆଉ ବରଦାସ୍ତ କରାଯିବ ନାହିଁ। ସିଭି ଆନନ୍ଦ ବୋଷଙ୍କୁ ତାଙ୍କ ବିରୋଧରେ ଏପରି ଅଭିଯୋଗ ପରେ କାହିଁକି ଇସ୍ତଫା ଦେବା ଉଚିତ୍ ନୁହେଁ ତାହା ବାଖ୍ୟା କରିବାକୁ ପଡ଼ିବ?

ପ୍ରକାଶଥାଉକି ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଜଣେ ମହିଳାଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପଶ୍ଚିମବଙ୍ଗ ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ, ବୋଷ ଗୁରୁବାର ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ସିସିଟିଭି ଫୁଟେଜ ଦେଖାଇଥିଲେ। ମମତା ବାନାର୍ଜୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାଜ୍ୟପାଳଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, "ବଙ୍ଗଳା ରାଜ୍ୟପାଳ ସମ୍ପାଦିତ ଫୁଟେଜ ପ୍ରକାଶ କରିଛନ୍ତି। ମୁଁ ଏହି ଭିଡିଓ ମଧ୍ୟ ଦେଖିଛି, ଏହାର ବିଷୟବସ୍ତୁ ଆଶ୍ଚର୍ଯ୍ୟଜନକ ଅଟେ। ମୋର ଆଉ ଏକ ଭିଡିଓ ପାଇଛି। ଆପଣ ଯାହା ବି କରିଛ, ତାହା ଲଜ୍ଜାଜନକ।"

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ସିଭି ଆନନ୍ଦ ବୋଷ ରାଜ୍ୟପାଳ ରହିବେ ସେ ପର୍ଯ୍ୟନ୍ତ ସେ ରାଜ ଭବନରେ ପାଦ ଦେବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାସ୍ତାରେ ରାଜ୍ୟପାଳଙ୍କୁ ଭେଟିବାକୁ ସେ ପସନ୍ଦ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.