ଛତିଶଗଡ଼ର କାଙ୍କେରରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର, ୨୯ ମାଓବାଦୀ ମୃତ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଖବର ସାମନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ଏକ୍ସଲଙ୍କୁ ବଡ଼ ଝଟକା ଲାଗିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ଏହାସହ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ହତିଆର ଜବତ କରାଯାଇଛି ।

ସୂଚନା ଅନୁସାରେ ଘଟଣାସ୍ଥଳରୁ ସାତଟି ଏକ-୪୭ ଆସଲ୍ଟ ରାଇଫଲ ମଧ୍ୟ ଜବତ କରାଯାଇଛି । ଏହାସହ ଏନକାଉଣ୍ଟରରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ନକ୍ସଲୀ କମାଣ୍ଡର ଶଙ୍କର ରାଓର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବିଏସଏଫ ଏବଂ ଡିଆରଡି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ କାଙ୍କେରର ଛୋଟେବେଠିଆ ଥାନା ଅନ୍ତର୍ଗତ କଲପର ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟଉର ଆରମ୍ଭ ହୋଇଥିଲା । କାଙ୍କେର ଏସପି ଇନ୍ଦ୍ରା କଲ୍ୟାଣ ଏଲେସେଲା ନକ୍ସଲଙ୍କ ସହ ଗୁଳି ବିନିୟନ ଖବରକୁ ସ୍ପଷ୍ଟ କରିଛନ୍ତି । ତେବେ ଏଥିରେ ବିଏସଏଫର ଜଣେ ଇନ୍ସପେକ୍ଟର ଏବଂ ଡିଆରଜିର ଜଣେ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଖବର ଲେଖାଯିବା ସୁଦ୍ଧା ସୁରକ୍ଷାକର୍ମୀ ଏବଂ ପୋଲିସ ମଧ୍ୟରେ ଫାୟାରିଂ ଚାଲିଛି । ପୋଲିସର ବ୍ୟାକଅପ୍ ପାର୍ଟି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.