'ସରକାର' ଶବ୍ଦ କେଉଁଠୁ ଆସିଛି ଜାଣିଛନ୍ତି କି ?

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ସରକାର...ଏହି ଶବ୍ଦ ଗତ କିଛି ମାସରୁ ବେଶ ଚର୍ଚ୍ଚାରେ ରହିଛି । ପ୍ରଥମେ ଚର୍ଚ୍ଚା ଥିଲା ସରକାର କାହାର ହେବ ଆଉ ଏବେ ସରକାରର ରୂପରେଖ କିପରି ହେବ । ବାରମ୍ୱାର ସରକାର ଶବ୍ଦ କହି କିମ୍ୱା ଶୁଣି କେବେ ଆପଣ ଭାବିଛନ୍ତି କି ଏହି ଶବ୍ଦ କେଉଁଠୁ ଆସିଛି । ତେବେ ଏହାର ଜବାବ ଏହା ଯେ ଏହି ଶବ୍ଦ ଫରାସୀରୁ ଆସିଛି ।

ସରକାର ଶବ୍ଦ ଯାହା ବ୍ୟବହରାରେ ରହିଛି ତାହା ପ୍ରକୃତରେ ଫରାସୀ ଭାଷାରୁ ଆସିଛି । ଏହାକୁ ଅନେକ ଅର୍ଥରେ ବୁଝାଯାଇ ପାରିବ ଯେପରି ମାଲିକ, ଶାସକ, ଭଗବାନ, କ୍ଷମତା । ଏହାକୁ ବଡ଼ ଲୋକଙ୍କୁ ସମ୍ୱୋଧନ କରିବାରେ ବ୍ୟବହାର କରାଯାଏ । ଏହା ‘ସର’ ଅର୍ଥାତ୍ ମୁଣ୍ଡ ଏବଂ ‘କାର’ ଅର୍ଥାତ୍ କାର୍ଯ୍ୟକୁ ମିଶାଇ ହୋଇଛି । ଏପରିସ୍ଥଳେ ଅନେକ ପ୍ରଶ୍ନ ଉଠେ ଯେ ଏହି ସରକାର ଶବ୍ଦର ସ୍ୱଦେଶୀ ବିକଳ୍ପ କାହିଁକି ବାହାର କରାଯାଇ ନାହିଁ । ଏହାର କୌଣସି ଜବାବ ମିଳିପାରି ନାହିଁ କିନ୍ତୁ ପଦ ଏବଂ କାମରେ ବଡ ଲୋକଙ୍କ ପାଇଁ ସରକାର ଶବ୍ଦ ପ୍ରୟୋଗ ଜାରି ରହିଛି । ବ୍ରିଟିଶ ଶାସନରୁ ୫୦୦ ବର୍ଷ ପୂର୍ବେ ଫରାସୀ ଭାରତକୁ ଆସିଥିଲେ ଏବଂ ତେଣୁ ଅନେକ ଫରାସୀ ଶବ୍ଦ ଏହିପରି ଭାରତୀୟ ସଂସ୍କୃତିରେ ମିଶିଯାଇଛି ଯେଉଁଥିରୁ ଶବ୍ଦର ଫରକ ଧରିବା ମୁସ୍କିଲ ଅଟେ ।

ମୋଗଲ ଶାସନ କାଳରେ ସରକାର ଶବ୍ଦର ଅର୍ଥ ପ୍ରାନ୍ତ, ଗାଁ କିମ୍ୱା ଜିଲ୍ଲାକୁ ବୁଝାଯାଉଥିଲା । ମୋଗଲ କାଳରେ ସାମ୍ରାଜ୍ୟକୁ ସୁବାସ ଅର୍ଥାତ୍ ପ୍ରାନ୍ତରେ ବିଭାଜିତ କରାଯାଇଥିଲା ଯାହାକୁ ପରେ ସରକାର, ପରଗନା, ଗ୍ରାମରେ ବିଭାଜିତ କରାଯାଇଥିଲା । ସରକାରର ଅର୍ଥ ଥିଲା ଜିଲ୍ଲା ଏବଂ ପରଗନାର ଅର୍ଥ ଗାଁଙ୍କ ସମୂହ । ଅନେକ ଭାଷାବିତ୍‌ଙ୍କ କହିବା ଅନୁସାରେ ସଂସ୍କୃତର ଶବ୍ଦ ଶ୍ରୀକାର୍ଯ୍ୟ ସରକାରର ସବୁଠୁ ସଠିକ୍ ପର୍ଯ୍ୟାୟବାଚୀ ଶବ୍ଦ ଅଟେ । କିନ୍ତୁ ଶ୍ରୀକାର୍ଯ୍ୟ ସାଧାରଣ ଲୋକଙ୍କ କଥାବାର୍ତ୍ତାରେ ଏବେ ବି ସାମିଲ ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.