ସାତ ଦିନରେ ପଠାଇଲା ୧୬୬ ଯୁଦ୍ଧ ବିମାନ...ତାଇୱାନକୁ ନେଇ କାହିଁକି ବିଚଳିତ ଚୀନ ?

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ: ତାଇୱାନ ସୀମାରେ ଚୀନର ଫାଇଟର ପ୍ଲେନ୍ ଏବଂ ସାମୁଦ୍ରିକ ଜାହାଜଙ୍କ ଗସ୍ତ କୌଣସି ନୂଆ କଥା ନୁହେଁ । ଗତ କିଛି ମାସ ଧରି ଚୀନ ପ୍ରତିଦିନ ଏହିପରି ଅନେକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ କରୁଛି । ଚାଇନିଜ୍ ଫାଇଟର ଜେଟ୍ ଯେତେବେଳେ ତାଇୱାନ ବାୟୁସୀମାରେ ପ୍ରବେଶ କରେ ସେତେବେଳେ ତାଇୱାନର ଏୟାରଫୋର୍ସ ନିଜର ଏଫ୍-୧୬ଭି ସେମାନଙ୍କୁ ବିଦା କରିଥାଏ । ଆମେରିକା ମଧ୍ୟ ଏହା ଏକ ରୁଟିନ୍ ଘଟଣା ବୋଲି ଭାବୁଛି । କିନ୍ତୁ ଚୀନର ଏହି ଚାଲରେ ଏକ ଖାସ୍ ଷ୍ଟ୍ରାଟେଜି ରହିଛି ।

ଚୀନ ଫାଇଟର୍ ଜେଟ୍ ଏବଂ ହେଲିକପ୍ଟର ଏପରି କରି କରି ଗତ କିଛି ଦିନର ତୁଳନାରେ ତାଇୱାନ ସୀମାର ଅଧିକ ନିକଟତର ହେବାରେ ଲାଗିଛି । ଜୁନ୍ ୨୩-୨୪ରେ ଚୀନର ଏକ ହେଲିକପ୍ଟର ତାଇୱାନର କିଲୁଙ୍ଗ ସହରଠାରୁ ମାତ୍ର ୪୫ ନଟିକଲ୍ ମାଇଲ୍ ଦୂରରେ ଥିଲା । ଅର୍ଥାତ୍ ତାଇୱାନର ରାଜଧାନୀ ତାଇୱେକୁ ମାତ୍ର ୧୫ ମିନିଟରେ ଆକ୍ରମଣ କରିବାରେ ସକ୍ଷମ ଥିଲା । ତାଇୱାନର ରକ୍ଷା ମନ୍ତ୍ରଣାଳୟ ଚୀନର ଅନୁପ୍ରବେଶକୁ ନେଇ ଯେଉଁ ସୂଚନା ଦେଇଛି ସେଥିରୁ ଏହି କଥା ସାମନାକୁ ଆସିଛି ।

ଗତ ୨୪ ଘଣ୍ଟରେ ଚୀନର ୨୩ ଫାଇଟର ଜେଟ୍ ମଧ୍ୟରୁ ୧୯ ଜେଟ୍ ତାଇୱାନର ଏୟାର ସ୍ପେସରେ ଅନୁପ୍ରବେଶ କରିଥିଲା । ରବିବାର ୧୫ ଜେଟ୍ ଆସିଥିଲା, କିନ୍ତୁ ଏହା ପୂର୍ବରୁ ଶନିବାର ହଠାତ୍ ୪୧ ଚୀନ ଫାଇଟର ଜେଟ୍ ଅନୁପ୍ରେବଶ କରିବା ଦ୍ୱାରା ହଇଚଇ ସୃଷ୍ଟି ହୋଇଥିଲା । ଏଥିରୁ ୩୨ଟି ତାଇୱାନ ବାୟୁ ସୀମାରେ ଅନୁପ୍ରବେଶ କରିଥିଲା । ମୋଟ ଉପରେ ଗତ ଏକ ମାସରେ ୧୬୬ ଚୀନ ଫାଇଟର ଜେଟ୍ ତାଇୱାନକୁ ଡରାଇବା ଉଦ୍ଦେଶ୍ୟରେ ଆକାଶମାର୍ଗରେ ଏହାର ସୀମା ପାଖରେ ବୁଲିଛନ୍ତି ।

ମେ ୨୦ରେ ଲାଇ ଚିଙ୍ଗ-ତେ ତାଇୱାନର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ରାଷ୍ଟ୍ରପତି ଲାଇ ତାଇୱାନର ସ୍ୱାଧୀନତାକୁ ବଜାଏ ରଖିବା ପାଇଁ ଲଗାତାର ପ୍ରମୁଖ ଯୋଦ୍ଧା ଭାବେ କାମ କରିଛନ୍ତି । ଚୀନ ଚାପ ପ୍ରୟୋଗ କରିବା ପାଇଁ ମେ ୨୩ରେ ଜଏଣ୍ଟ ସ୍କ୍ୱାର୍ଡ-୨୦୨୪ଏ ନାଁରେ ଏକ ମିଲିଟାରୀ ଡ୍ରିଲ୍ କରିଥିଲା, ଯେଉଁଥିରେ ତାଇୱାନ ଉପରେ କବଜା କରିବାର ଅଭ୍ୟାସ କରାଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.