ଟି-୨୦ ବିଶ୍ବକପ; ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଧୂଳି ଚାଟିଲା ପାକିସ୍ତାନ, ଭାରତ ୬ ରନରେ ବିଜୟୀ

Published By : Prameya-News7 Bureau | June 10, 2024 IST

ନ୍ୟୁୟର୍କ; ଟି-୨୦ କ୍ରିକେଟ୍ ବିଶ୍ବକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ ୬ ରନରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ରୋହିତ୍ ବାହିନୀ ଏହି ଲୋ-ସ୍କୋରିଂ ମ୍ୟାଚକୁ ଜିତି ନେଇଛି । ଦ୍ବିତୀୟ ଇନିଂସରେ ବାବର ବାହିନୀ ୧୨୦ ରନର ଲକ୍ଷ୍ୟକୁ ପିଛା କରିଥିଲା । ହେଲେ ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ପାକ୍ ବ୍ୟାଟର । ସମ୍ପୂର୍ଣ୍ଣ ୨୦ ଓଭର ଖେଳି ପାକ୍ ଟିମ୍ ୧୧୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ବିଶ୍ବକପ କପରେ ଏହା ପାକିସ୍ତାନର ଦ୍ବିତୀୟ ପରାଜୟ । ଭାରତୀୟ ଟିମ୍ ଦୁଇ ମ୍ୟାଚ ଜିତି ୪ ଅଙ୍କ ସହ ପଏଣ୍ଟ ଟେବୁଲର ଟପରେ ରହିଛି । ଅନ୍ୟପଟେ ଯଶପ୍ରୀତ୍ ବୁମରା ୩ଟି ଓ୍ବିକେଟ୍ ନେଇ ମ୍ୟାଚ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି ।   

ଆମେରିକାର ନ୍ୟୁୟର୍କ ନାସାଉ କାଉଣ୍ଟି ଷ୍ଟାଡିୟମରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଅନ୍ୟପଟେ ଭାରତ ପ୍ରଥମେ ବ୍ୟାଟିଂ କରି ଅତି ଖରାପ ପ୍ରଦର୍ଶନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟରେ ସମ୍ମୁଖୀନ ହୋଇ ସମସ୍ତ ୨୦ ଓଭର  ଖେଳିପାରି ନାହିଁ । ୧୯ ଓଭରରେ ଭାରତ ୧୧୯ ରନ୍ କରି ଅଲଆଉଟ୍ ହୋଇଥିଲା।  

ଭାରତ ପକ୍ଷରୁ ଋଷଭ ପନ୍ତ ୩୧ ବଲରେ ସର୍ବାଧିକ ୪୨ ରନ କରିଥିଲେ। ବିରାଟ କୋହଲି ୪, ରୋହିତ ଶର୍ମା ୧୩, ସୂର୍ଯ୍ୟକୁମାର ଯାଦବ ୭, ଶିବମ ଦୁବେ ୩ ଏବଂ ରବିନ୍ଦ୍ର ଜାଡେଜା ଖାତା ନ ଖୋଲି ଆଉଟ୍ ହୋଇଥିଲେ। ପାକିସ୍ତାନ ପାଇଁ ନାସିମ ଶାହା ଏବଂ ହରିସ ରାଉଫ ଉଭୟ ୩ ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ଆମିରଙ୍କୁ ଦୁଇଟି ସଫଳତା ମିଳିଥିଲା। ହେଲେ ଦ୍ବିତୀୟ ଇନିଂସରେ ପାକିସ୍ତାନ ଟିମ୍ ଲକ୍ଷ୍ୟ ହାସଲ କରିବାରେ ଅସଫଳ ହୋଇଛି । ଦଳ ୬ରନରେ ଭାରତ ଠାରୁ ପରାସ୍ତ ହୋଇଛି । ଭାରତ ପକ୍ଷରୁ ଯଶପ୍ରୀତ୍ ବୁମରା ୩ଟି ଓ୍ବିକେଟ୍, ହାର୍ଦ୍ଦିକ୍ ପାଣ୍ଡ୍ୟା ୨ଟି ଓ୍ବିକେଟ୍ ଏବଂ ଅକ୍ଷର ଏବଂ ଅର୍ଶଦୀପଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.