‘ବାଗୀ-୪’ରେ ନୂଆ ଏଣ୍ଟ୍ରି , ଟାଇଗର ସହ ରୋମାନ୍ସ କରିବେ ସୋନମ

Published By : Prameya-News7 Bureau | December 12, 2024 IST

ମୁମ୍ଵାଇ ୧୨।୧୨; ସାଜିଦ୍‌ ନାଡିଆଡ୍‌ୱାଲାଙ୍କ ଅପ୍‌କମିଂ ଆକ୍ସନ୍‌ ଫିଲ୍ମ ‘ବାଗୀ-୪’କୁ ନେଇ ଚର୍ଚ୍ଚା   ଜାରି ରହିଛି । ‘ବାଗୀ’ ସିରିଜ୍‌ର ପୂର୍ବ ୩ଟି ଫିଲ୍ମ ଭଳି ଏଥିରେ ବି ଟାଇଗର  ଶ୍ରଫ୍‌ ହିରୋ ଭୂମିକାରେ ନଜର ଆସିବେ । ସଂଜୟ ଦତ୍ତଙ୍କୁ ମୁଖ୍ୟ ଭିଲେନ୍‌  ଭାବେ ଦେଖିବାକୁ ମିଳିବ । ତେବେ ଫିଲ୍ମର ହିରୋଇନ୍‌ କିଏ ହେବେ ତାର ଖୁଲାସା ହୋଇନଥିଲା । 

ମଙ୍ଗଳବାର ଫିଲ୍ମର ନିର୍ମାତାମାନେ ଆନୁଷ୍ଠାନିକ  ଭାବେ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଫିମେଲ୍‌ ଲିଡ୍‌ଙ୍କ ସଂପର୍କରେ  ଘୋଷଣା କରିଛନ୍ତି । ସେ ଅନୁସାରେ, ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର  ପ୍ରସିଦ୍ଧ ଅଭିନେତ୍ରୀ ସୋନମ୍‌ ବାଜୱା ଟାଇଗରଙ୍କ ବିପକ୍ଷରେ  ସ୍କ୍ରିନ୍‌ ସେୟାର କରିବେ । ସୋନମ୍‌ଙ୍କୁ ମଧ୍ୟ ସେଥିରେ  କିଛିଟା ଆକ୍ସନ୍‌ ଦୃଶ୍ୟରେ ଦେଖିବାକୁ ମିଳିପାରେ ।  କିଛି ଦିନ ପୂର୍ବରୁ ‘ବାଗୀ-୪’ରେ ଟାଇଗର ଶ୍ରଫ୍‌  ଓ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍‌ ପୋଷ୍ଟର ସାମ୍ନାକୁ  ଆସିଥିଲା । 

ଖୁବ୍‌ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ  ହେବାର ଅଛି । ‘ବାଗୀ-୪’କୁ କନ୍ନଡ଼ ଭାଷାର  ପ୍ରସିଦ୍ଧ ନିର୍ଦ୍ଦେଶକ-କୋରିଓଗ୍ରାଫର ଏ.ହର୍ଷ  ନିର୍ଦ୍ଦେଶନା ଦେବେ । ଆସନ୍ତାବର୍ଷ ସେପ୍ଟେମ୍ବର ୫ ତାରିଖରେ ଫିଲ୍ମଟି  ରିଲିଜ୍‌ ହେବ । ‘ବାଗୀ-୪’  ବ୍ୟତୀତ ସାଜିଦ୍‌ ନାଡିଆଡ୍‌ୱାଲାଙ୍କ  ସହିତ ସୋନମ୍‌ ‘ହାଉସ୍‌ଫୁଲ୍‌-୫’ରେ ମଧ୍ୟ କାମ କରୁଛନ୍ତ। ସେହି ଫିଲ୍ମ ଜରିଆରେ  ସେ ବଲିଉଡ୍‌ରେ   ଏଣ୍ଟ୍ରି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.