LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଟଙ୍କା, ୧୩ ପ୍ରତିଶତ ବୃଦ୍ଧି ରେକର୍ଡ

1/04/2023 at 6:50 PM

ନୂଆଦିଲ୍ଲୀ: ବସ୍ତୁ ଏବଂ ସେବା କର (ଜିଏସଟି) ସଂଗ୍ରହ ମାର୍ଚ୍ଚରେ ୧୩ ପ୍ରତିଶତ ବଢି ୧.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ସାମଗ୍ରିକ ଜିଏସଟି ସଂଗ୍ରହ ୧.୫୦ ଲକ୍ଷ କୋଟି ଟଙ୍କା ଟପିଛି । ଏହା ଆଜି ଯାଏର ଦ୍ୱିତୀୟ ସବୁଠୁ ଅଧିକ ଜିଏସଟି ସଂଗ୍ରହ ଅଟେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୩ ମାର୍ଚ୍ଚ ମାସରେ ଜିଏସଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି । ଏଥିରେ ସିଜିଏସଟି ୨୯,୫୪୬ କୋଟି ଟଙ୍କା, ଏସଜିଏସଟି ୩୭,୩୧୪ କୋଟି ଟଙ୍କା ଏବଂ ଆଇଜିଏସଟି ୮୨,୯୦୭ କୋଟି ଟଙ୍କା ରହିଛି ।

ମାସିକ ଜିଏସଟି ସଂଗ୍ରହ ଲଗାତାର ୧୨ ମାସରେ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଏହାସହ ଜିଏସଟି ଲାଗୁ ହେବା ପରଠୁ ଦ୍ୱିତୀୟ ଥର ପାଇଁ ୧.୬୦ ଲକ୍ଷ କୋଟି ଟଙ୍କାର ମାଇଲ ଖୁଣ୍ଟ ପାର କରିଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ୍ ଜିଏସଟି ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ହୋଇଛି ଏବଂ ପୂରା ବର୍ଷରେ ହାରାହାରି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ମୋଟ ରାଜସ୍ୱ ମାମଲାରେ ଗତ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ରହିଛି ।

୨୦୨୩ ମାର୍ଚ୍ଚରେ ରିଟର୍ଣ୍ଣ ଫାଇଲିଂ ଆଜ ଯାଏର ସବୁଠୁ ଅଧିକ ରହିଛି । ଫେବ୍ରୁଆରୀରେ ୯୩.୨ ପ୍ରତିଶତ ସେଟମେଣ୍ଟ (ଜିଏସଟିଆର-୧) ଏବଂ ୯୧.୪ ପ୍ରତିଶତ ରିଟର୍ଣ୍ଣ (ଜିଏସଟିଆର-୩ ବି) ମାର୍ଚ୍ଚରେ ଦାଖଲ କରାଯାଇଛି ।

   Related Posts