ଖାଇକୁ ଖସିଲା ସ୍କୁଲ ପିକ୍ନିକ୍ ବସ୍ ; ୯ ଛାତ୍ର ମୃତ
23/12/2018 at 10:46 AM

ସୁରଟ ୨୩|୧୨: ଗୁଜରାଟ ଡାଙ୍ଗେରେ ପିକନିକ୍ ରୁ ଫେରୁଥିବା ଏକ ସ୍କୁଲ ବସ୍ ଖାଇକୁ ଖସିବାରୁ ୯ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଛନ୍ତି। ୫୦ ଜଣ ସ୍କୁଲ ଛାତ୍ରଙ୍କୁ ନେଇ ଫେରୁଥିଲା ବସ୍। ଡାଙ୍ଗ ଜିଲ୍ଲାର ମହାଲ-ବରଦିପଦା ରାସ୍ତାରେ ଥିବା ଏକ ବଡ ଖାଇରେ ବସଟି ଖସିପଡିବାରୁ ଏହି ଅଘଟଣ ଘଟିଛି। ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆହତଛାତ୍ରମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସାପାଇଁ ପଠାଯାଇଛି। ସମସ୍ତ ସ୍କୁଲ ଛାତ୍ରଙ୍କ ବୟସ ୧୦ରୁ ୧୬ ବର୍ଷ ଭିତରେ କୁହାଯାଉଛି। ଡାଙ୍ଗ ଜିଲ୍ଲାର ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ସାବରି ଧାମରୁ ପିକନିକ ସାରି ଫେରୁଥିଲା ବସ୍ ।