LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୪ ବର୍ଷ ପୂରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷା

8/05/2018 at 9:33 AM

ଆସନ୍ତା ୨୧ରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ବିଜେଡି ସରକାର । ଏହା ପୂର୍ବରୁ ସବୁ ବିଭାଗର ସମୀକ୍ଷା କରିବେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪ରେ ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାର କେତେ ପୂରଣ ହୋଇଛି, ଆଜିଠାରୁ ତା’ର ସମୀକ୍ଷା ହେବ । ସମୀକ୍ଷା ବୈଠକରେ ଉଭୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବିଭାଗୀୟ ଅଧିକାରୀ । ଆଜି ପ୍ରଥମ ଦିନରେ ମହିଳା ଓ ଶିଶୁ ବିକାଶ, କୃଷି, ପୁର୍ତ୍ତ, ଇସ୍ପାତ ଓ ଖଣି ବିଭାଗ ଭଳି ୫ଟି ବିଭାଗର ସମୀକ୍ଷା କରାଯିବ । ମେ’ ୧୦ରେ ଯୋଗାଣ ଓ ସମବାୟ, ୧୧ରେ ଏମଏସଏମଇ ବିଭାଗ ସେମାନଙ୍କ ସଫଳତାର ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବେ ।

Leave a Reply

   Related Posts