୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଚେଙ୍କ
4/05/2018 at 10:26 PM

୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦିଆଯାଇଛି ଚେଙ୍କ। ଠିକ୍ ଭାବେ କଥା କହିପାରୁନଥିବା କି ଠିକ୍ ଭାବେ କୌଣସି ଜିନଷକୁ ଜାଣିପାରୁନଥିବା ଶିଶୁ କନ୍ୟା ଉପରେ ନିର୍ଯ୍ୟାତନା। ଏହି ଘଟଣା କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳର ନୁହେଁ। ଏଭଳି ଘଟଣା ଘଟିଛି ଖୋଦ୍ ବ୍ରହ୍ମପୁର ସହରରେ। ସହରର ୪ ନମ୍ବର ୱାର୍ଡ ଶ୍ରୀରାମନଗର ପନ୍ଦରା ସାହି ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘଟଣା ଘଟାଇଛି ରୁନା ଗୌଡ। କିଛି ଦିନ ପୂର୍ବେ ଗୌତମ ସାହୁ ତାଙ୍କ ଭାଣିଜୀଙ୍କୁ ରଖିବା ପାଇଁ ରୁନା ଗୌଡଙ୍କୁ କହିଥିଲା। ରୁନା ଏବଂ ଗୌତମ ଦୁଇ ସାଙ୍ଗ। ଗୌତମ କଥାରେ ତାଙ୍କ ଭଉଣୀ ରାନୁ ଏବଂ ଜ୍ବ୍ୟାଇଁ ଦାଶରଥୀ ରାଜି ହୋଇ ରୁନା ଘରେ ଶିଶୁ କନ୍ୟାକୁ ଛାଡିଥିଲେ। ଦାଶୀରଥଙ୍କ ଘର ବ୍ରହ୍ମପୁର ଠାକୁରାଣୀ ମନ୍ଦିର ନିକଟ ଗୌଡସାହିରେ। ମଝିରେ ମଝିରେ ଶିଶୁ କନ୍ୟାକ ଘରକୁ ଆସି ଯାଉଥିଲା। ହେଲେ ଗତ ତିନି ଦିନ ହେଲା ଶିଶୁ କନ୍ୟାର କୌଣସି ସନ୍ଧାନ ମିଳିନଥିବା ବେଳେ ପାଳିତ ସଂପର୍କୀୟ ରୁନା ବାପା-ମାଆଙ୍କୁ ଝିଅକୁ ଦେଖାଇନଥିଲା। ସନ୍ଦେହ ହେବାରୁ ଅଞ୍ଚଳବାସୀ ଝିଅ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିବା ବେଳେ ଚେଙ୍କ ଦେଇଥିବା ଘଟଣା ଲୋକଲୋଚନକୁ ଆସିଥିଲା। ପରେ ସ୍ଥାନୀୟ ଅଞ୍ଚଳବାସୀ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ବଡବଜାର ଥାନାକୁ ହସ୍ତାନ୍ତର କରିଥିବା କହିଛନ୍ତି। ଝିଅ ଜନ୍ମ ହୋଇଥିବାରୁ ଜନ୍ମ କରିଥିବା ବାପା – ମାଆ ଶିଶୁ କନ୍ୟାକୁ ନିଜ ପାଖରେ ରଖିନଥିଲେ। ପାଳିତ ସଂପର୍କୀୟ ମଧ୍ୟ ଝିଅକୁ ଅନ୍ୟ ଚକ୍ଷୁରେ ଦେଖି ଏଭଳି କାଣ୍ଡ ରଚେଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।